ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କୁ ପେନ୍‌ସନ୍‌ ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର, ମିଳିପାରେ ଏସବୁ ଅତିରିକ୍ତ ସୁବିଧା

ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କୁ ପେନ୍‌ସନ୍‌ ଯୋଜନାରେ ସାମିଲ କରିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ସରକାର। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସଂସଦର ଏକ ସମିତିକୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ଏହି ପେନ୍‌ସନ୍‌ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ପେନ୍‌ସନ୍‌ ଦେବା ପାଇଁ ତିଆରି କରାଯାଇଥିଲା। କିନ୍ତୁ ଏବେ ଏଥିରେ ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କୁ ମଧ୍ୟ ସାମିଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।

Image result for modi

ନିକଟରେ ସଂସଦରେ ଜାରି କରାଯାଇଥିବା ଲୋକ ଲେଖା ସମିତିର ଏକ ରିପୋର୍ଟରେ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ପେନ୍‌ସନ୍‌ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହା କେବଳ ନିର୍ମାଣ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହେବ। କିନ୍ତୁ ଏଥିରେ ଅଙ୍ଗନଓ୍ଵାଡ଼ି କର୍ମୀଙ୍କୁ ମଧ୍ୟ ସାମିଲ କରିବାକୁ ବର୍ତ୍ତମାନ ଚିନ୍ତା କରାଯାଉଛି।

Image result for pension to anganwadi

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନୁସାରେ ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କ ଲାଗି ଦୁଇ ପ୍ରକାରର ବୀମା ଯୋଜନା ଆରମ୍ଭ କରାଯାଇଛି। ପ୍ରଥମତଃ ଜୀବନ ବୀମା ଓ ଦ୍ୱିତୀୟଟି ଦୁର୍ଘଟଣା ବୀମା। ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ଉଠାଇବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.