ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିଓ୍ଵାଲ
ନୂଆଦିଲ୍ଲୀ (କେନ୍ୟୁଜ୍) : ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିଓ୍ଵାଲ । ଉପରାଜ୍ୟପାଳ ଅନୀଲ ବୈଜଲ ଶପଥ ପାଠ କରାଇଛନ୍ତି । ରାମଲୀଲା ମୈଦାନରେ କେଜ୍ରିଓ୍ଵାଲଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନୀଷ ସିଶୋଦିଆ ବି ଶପଥ ନେଇଛନ୍ତି । ଏଥିସହିତ କୈଳାଶ ଗେହଲଟ, ଗୋପାଲ ରାୟ, ସତ୍ୟେନ୍ଦ୍ର ଜୈନ ମଧ୍ୟ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବ ପାଇଁ ରାମଲୀଲା ମୈଦାନରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ହଜାର ହଜାର ସାଧାରଣ ଲୋକ ।
Forgive & Forget: Delhi CM @ArvindKejriwal says he has forgiven those who lambasted him during election campaign (perhaps hinting at those who termed him a “terrorist”) & sought the cooperation of all parties including GoI for Delhi’s development #OathCeremony pic.twitter.com/3JRQO6qsWr
— Soumyajit Pattnaik (@soumyajitt) February 16, 2020