Below header

ପରଲୋକରେ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର (କେନ୍ଯୁଜ୍) : ଦିଲ୍ଲୀ ସ୍ଥିତ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଅସୁସ୍ଥତା ଯୋଗୁଁ ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ଏକାଧିକ ସୁପରହିଟ୍‌  ଫିଲ୍ମର ନିର୍ମାତା ଥିଲେ ଅମୀୟ ପଟ୍ଟନାୟକ। ୧୯୮୫ରେ ପ୍ରଥମେ ଫିଲ୍ମ ମମତା ମାଗେ ମୂଲର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ଶେଷ ଫିଲ୍ମ ଥିଲା ତୁଳସୀ ଅପା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ତାଙ୍କ ମୃତ୍ୟୁରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଅମୀୟ ପଟ୍ଟନାୟକ। ଆଜି ଅପରାହ୍ନରେ ତାଙ୍କ ମୃତଦେହକୁ ଭୁବନେଶ୍ୱର ଅଣାଯିବ ବୋଲି  ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.