Below header

ଆରମ୍ଭ ହେଲା ଅମ୍ଫନର ଇମ୍ପାକ୍‌ଟ, ଏକ୍ସଟ୍ରିମଲୀ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଛି ଅମ୍ଫନ

କେନ୍ୟୁଜ ବ୍ୟୁରୋ : ଅମ୍ଫନ ଇମ୍ପାକ୍‌ଟ ଆରମ୍ଭ । ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି । ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁରକୁ ୟେଲୋ ଓ୍ଵାଣ୍ଣିଂ ଦିଆଯାଇଛି । ଏଠାରେ ପ୍ରବଳ ବର୍ଷା ହୋଇପାରେ ।

ଏକ୍ସଟ୍ରିମଲୀ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଛି ଅମ୍ଫନ । ସ୍ଥଳଭାଗ ଆଡ଼କୁ ମୁହାଁଉଛି । ଆଜି ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ ଅମ୍ଫନ୍‌ । କେନ୍ଦ୍ରାପଡ଼ା ସାତଭାୟାରୁ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ରାଜନଗର ଆଇଆଇସି ସାତଭାୟା ଲୋକଙ୍କୁ ବୁଝାଇ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.