Below header

ଆଉ ଦୁଇ ଦିନ ପରେ ଦୁର୍ଲଭ ନାଗାର୍ଜୁନ ବେଶ, ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଜରୁରୀ ବୈଠକ

ପୁରୀ(କେ ନ୍ୟୁଜ): ଆଉ ମାତ୍ର ଦୁଇ ଦିନ ପରେ ଅନୁଷ୍ଠିତ ହେବ ଦୁର୍ଲଭ ନାଗାର୍ଜୁନ ବେଶ । ରତ୍ନବେଦୀରେ ଚତୁର୍ଦ୍ଧାବିଗ୍ରହଙ୍କ ହେବ ନାଗାର୍ଜୁନ ବେଶ । ଶୃଙ୍ଖଳିତ ଭାବରେ କେମିତି ବେଶ କରାଯିବ ସେନେଇ ପୁରୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ହରଚଣ୍ଡୀ ସାହି ଚକ୍ରକୋଟରୁ ପାଟ ପଟୁଆର ଘଣ୍ଟଛତା କାହାଳୀ ସହ ଶୋଭାଯାତ୍ରା କିପରି ହେବ ସେନେଇ ଆଲୋଚନା ହେବ ।

nagarjuna besha

ଶୃଙ୍ଖଳିତ ଶୋଭାଯାତ୍ରା ନେଇ ଆଲୋଚନା ହେବ । ଦ୍ୱାରଫିଟାଠରୁ ବେଶ ନୀତି ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୋଭାଯାତ୍ରାରେ ବେଶ ଆସୁଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସପି, ପରିଚାଳନକା କମିଟି ସଦସ୍ୟ, ବେଶ ସହ ସମ୍ପୃକ୍ତ ବରିଷ୍ଠ ସେବାୟତ ଉପସ୍ଥିତ ରହିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.