ରେସ୍ଲିଂ ଦୁନିଆରୁ ସନ୍ନ୍ଯାସ ନେଲେ ଅଣ୍ଡରଟେକର, କହିଲେ ‘ମୋ ସମୟ ଆସିଯାଇଛି’

ରେସ୍ଲିଂ ଦୁନିଆର ଲିଜେଣ୍ଡ ଅଣ୍ଡରଟେକର୍ ସନ୍ନ୍ୟାସ ନେଇଛନ୍ତି। ୱାର୍ଲ୍ଡ ରେସଲିଂ ଏଣ୍ଟରଟେନ୍ମେଣ୍ଟ୍(ଡବ୍ଲ୍ୟୁଡବ୍ଲ୍ୟୁଇ) ଦୁନିଆର ସବୁଠାରୁ ବଡ଼ ନାମ ହେଉଛି ‘ଦ ଅଣ୍ଡରଟେକର୍’। ସେ ତାଙ୍କ ୩ ଦଶନ୍ଧିର ରେସଲିଂ ଜୀବନରେ ବଡ଼ ବଡ଼ ଧୁରନ୍ଧରଙ୍କୁ ହରାଇ ଦେଇଛନ୍ତି। ଏବେ ସେ ରେସଲିଂରୁ ଅବସର ନେଇଛନ୍ତି। ଏହି ଅବସରରେ ବହୁ ସେଲିବ୍ରିଟି ତାଙ୍କୁ ସମ୍ମାନ ଓ ଶୁଭେଚ୍ଛା ଜଣାଇଛନ୍ତି।

taker

ରିଙ୍ଗରେ ‘ ଦ ଅଣ୍ଡରଟେକର’ ବେଶ ଜଣାଶୁଣା। ତାଙ୍କ ପ୍ରକୃତ ନାମ ମାର୍କ ବିଲିଅନ କାଲାୱେ। ତାଙ୍କ ଜନ୍ମ ୨୪ ମାର୍ଚ୍ଚ ୧୯୬୫ ହ୍ଯୁଷ୍ଟନରେ ହୋଇଥିଲା। ସେ ୨୨ ନଭେମ୍ବର ୧୯୯୦କୁ ସର୍ଭାଇଭର ସିରିଜ ଜରିଆରେ WWE ଡେବ୍ଯୁ କରିଥିଲେ। ନିକଟରେ ଏକ ଇଣ୍ଟରଭ୍ଯୁରେ ସେ କହିଥିଲେ, ‘ ତାଙ୍କ କ୍ଯାରିଅର ଉପରେ ତାଙ୍କର ଗର୍ବ ରହିଛି। ୩୦ ବର୍ଷର କ୍ଯାରିଅର ଭିତରେ ମୁଁ ବହୁତ ବଡ ଉପଲବ୍ଧି ହାସଲ କରିଛି। ଏବେ ପ୍ରଶଂସକ ତାଙ୍କ ଅଭାବକୁ ବହୁତ ମିସ୍ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.