ଦିନକୁ ଦିନ ଖସୁଛି ପାରଦ, ମୟୁରଭଞ୍ଜରେ ୯ ଡିଗ୍ରୀ ପର୍ଯ୍ୟନ୍ତ ଖସିଲା ତାପମାତ୍ରା

କରଞ୍ଜିଆ(କେ ନ୍ୟୁଜ): ଜିଲ୍ଲାରେ ଦିନକୁ ଦିନ ଖସୁଛି ପାରଦ । ଆଉ ଏହା ସହ ବଢୁଛି ଶୀତ । ବର୍ଷା ପରେ ଥଣ୍ଡାର ଲହରୀ ବଢି ଯାଇଛି । ସକାଳୁ ସକାଳୁ ଘରୁ ବାହାରିବା ଯେମିତି କଷ୍ଟକର ହେଇପଡିଛି । ପ୍ରବଳ କୁହୁଡି ଯୋଗୁଁ ଜାତୀୟ ରାଜପଥ-୪୯ ରେ ଗାଡି ଚଲେଇବା ବି ସମ୍ଭବପର ହେଉନାହିଁ । ଏମିତିକି ୧୦ ରୁ ୧୫ ଫୁଟ ଦୂର ରୁ ଆଉ କିଛି ଦେଖାଯାଉ ନାହିଁ ।

ଅନ୍ୟ ପଟେ ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ଖସିବାରେ ଲାଗିଛି । ଆଜି ସକାଳ ୫ ଟା ରେ ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ଉପରବାରା କାମୁଡାରେ ୯ ଡିଗ୍ରୀ ତାପମାତ୍ରା ,ନଅଣାରେ ୧୨ ଡିଗ୍ରୀ ତାପମାତ୍ରା ଥିବାର ବନବିଭାଗ ପକ୍ଷରୁ ରେକର୍ଡ କରିଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.