Below header

ଭୁବନେଶ୍ୱରରେ ସୁପର–30 ରିୟଲ ହିରୋ ଆନନ୍ଦ କୁମାର

ଭୁବନେଶ୍ୱର : ଭୁବନେଶ୍ୱରରେ ସୁପର–୩୦ ରିୟଲ ହିରୋ ଆନନ୍ଦ କୁମାର । ଆନନ୍ଦ କୁମାରଙ୍କ ଜୀବନୀ କାହାଣୀ ଉପରେ ଆଧାରିତ ଫିଲ୍ମ ସୁପର–୩୦ । ଆନନ୍ଦ କୁମାର ହେଉଛନ୍ତି ଭାରତୀୟ ଶିକ୍ଷାବିତ୍‌ ଓ ଗଣିତଜ୍ଞ । ୨୦୦୨ ମସିହାରୁ ସେ ଗରିବ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହିତ ଆଇଆଇଟି ଓ ଜେଇଇ ପାଇଁ ଫ୍ରି କୋଚିଂ ଦେଇ ଆସୁଛନ୍ତି । ତାଙ୍କ ଜୀବନରେ ବହୁତ ସଂଘର୍ଷ ଥିବାରୁ ଓ ପାଠ ପଢିବା ଲାଗି ଅଧିକ ସୁଯୋଗ ନ ପାଇଥିବାରୁ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବା ସହ ସେମାନଙ୍କ ଭବିଷ୍ୟତ ଗଢୁଛନ୍ତି ଆନନ୍ଦ କୁମାର । ଫିଲ୍ମରେ ଆନନ୍ଦ କୁମାରଙ୍କ ଭୂମିକା ନିଭାଇଛନ୍ତି ହ୍ରିତିକ ରୋଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.