ବିରଳ ଧଳା କୁମ୍ଭୀର ବଂଶ ବୃଦ୍ଧି ନେଇ ଆଶଙ୍କା, ଗୌରୀ ପରେ ମଲ୍ଲୀର ମାତୃତ୍ୱକୁ ନେଇ ଅନିଶ୍ଚିତତା

ଭିତରକନିକା ଜାତୀୟ ଉଦ୍ୟାନ । ଏଠିକା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଯେତିକି ମୁଗ୍ଧ କରେ ଧଳା କୁମ୍ଭୀର ସେତିକି ଆକର୍ଷିତ କରିଥାଏ । ଧଳା କୁମ୍ଭୀର ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ହେଲେ ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଧଳା କୁମ୍ଭୀର ଗୋରୀ ଦୀର୍ଘ ୪୪ ବର୍ଷରେ ମଧ୍ୟ ମାତୃତ୍ୱ ଲାଭ କରିପାରିନି । କାରଣ ଗୋରୀ ଏକ ଆବଦ୍ଧ ଜଳାଶୟରେ ବସବାସ କରୁଥିବାରୁ ପୁରୁଷ କୁମ୍ଭୀରଙ୍କୁ ଗ୍ରହଣ କରିପାରୁନାହିଁ । ଅନ୍ୟ ଏକ ଧଳା କୁମ୍ଭୀର ମଲ୍ଲୀ ଦୀର୍ଘ ୧୬ ବର୍ଷ ପରେ ଅଣ୍ଡା ଦେବା ଆରମ୍ଭ କରିଛି। ହେଲେ ସେ ବି ଆବଦ୍ଧ ଜଳାଶୟରେ ରହୁଥିବାରୁ ମାତୃତ୍ୱ ଲାଭ କରିପାରୁନି ।

ମଲ୍ଲୀ କିପରି ମାଆ ହେବ, ସେନେଇ ବନବିଭାଗ ଉଚିତ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଧଳା କୁମ୍ଭୀର ମଲ୍ଲୀ ମାଆ ହୋଇପାରିବ ବୋଲି କହିଛନ୍ତି ପରିବେଶବିତ୍‌ । ସେପଟେ ମଲ୍ଲୀ ମାଆ ହେବା ନେଇ ପୟାସ କରାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.