ଭବାନୀପାଟଣା ପ୍ରୟାସରେ HIV ସଂକ୍ରମିତ ନାବାଳିକାଙ୍କୁ ନିର୍ଯାତନା ଘଟଣା : ତଦନ୍ତ କରୁଛି ପୋଲିସ

ଭବାନୀପାଟଣା : ଭବାନୀପାଟଣା ପ୍ରୟାସ ସଂସ୍ଥାରେ ଜଣେ ଏଚଆଇଭି ସଂକ୍ରମିତ ନାବାଳିକାଙ୍କୁ ନିର୍ଯାତନା ଘଟଣାରେ ତଦନ୍ତ କରୁଛି ପୋଲିସ । ଭବାନୀପାଟଣା ଥାନା ପୋଲିସର ୪ ଜଣିଆ ଟିମ୍‌ ବଲାଙ୍ଗୀର ଆସି ପୀଡ଼ିତା ଓ ତାର ମାଆକୁ ଭବାନୀପାଟଣା ନେଇ ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ବଲାଙ୍ଗୀର ସିଡବ୍ଲ୍ୟୁସି ଭବାନୀପାଟଣା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି । ବଲାଙ୍ଗିରର ଜଣେ ୮ ବର୍ଷ ବୟସର ନାବାଳିକାକୁ ଭବାନୀପାଟଣାର ଶିଶୁ ଆଶ୍ରୟସ୍ଥଳ ପ୍ରୟାସରେ ନିର୍ଯାତନା ଅଭିଯୋଗ ହୋଇଛି । ଖୁବଶୀଘ୍ର ପ୍ରୟାସ ସଂସ୍ଥାର ଅନ୍ତେବାସୀ ଓ ମୁଖ୍ୟଙ୍କ ବୟାନ ରେକର୍ଡ କରାଯିବ । ଏଚଆଇଭି ସଂକ୍ରମିତ ନାବାଳିକା ପ୍ରୟାସ ସଂସ୍ଥାରେ ଆଶ୍ରୟ ନେଇଥିଲେ । ଏହି ସମୟରେ ପ୍ରୟାସ ସଂସ୍ଥାର ମୁଖ୍ୟ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ଏଚଆଇଭି ସଂକ୍ରମିତ ଶିଶୁଙ୍କ ମା’ ଜିଲ୍ଲା ଶିଶୁ ମଙ୍ଗଳ ସୁରକ୍ଷା କମିଟିରେ ଅଭିଯୋଗ କରିଥିଲେ । ଏପଟେ ଅଭିଯୋଗକୁ ସରୋଜ ଦାସ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.