ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆନନ୍ଦପୁର ଏବିଇଓ

ଆନନ୍ଦପୁର(କେ ନ୍ୟୁଜ):  ଆନନ୍ଦପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟରେ କାର୍ଯ୍ଯରତ ଏବିଓ ଅଭିମନ୍ଯୁ ସାହୁଙ୍କୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାଲେଶ୍ବର ଓ କେନ୍ଦୁଝର

ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ଶିକ୍ଷକ ସୋମନାଥ ରାମଙ୍କ ନାମରେ ଏକ ବିଭାଗିୟ ପ୍ରେସିଡିଂକୁ ରଫାଦଫା ପାଇଁ ଏବିଓ ଅଭିମନ୍ଯୁ ସାହୁ ଲାଞ୍ଚ ମାଗିଥିବା ଜଣାପଡିଛି । ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଏବିଓଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.