ଆନନ୍ଦପୁର: ବିଚ୍ ରାସ୍ତାରେ ହେଲମେଟ ଜାଞ୍ଚ ପୁଲିସ – ଓକିଲ ହାତାହାତି

ଆନନ୍ଦପୁର(କେନ୍ଯୁଜ୍) : ରାଜ୍ୟରେ ପୋଲିସ ଓକିଲଙ୍କ ବିବାଦ ଥମି ନଥିବା ବେଳେ ପୁଣି ଆନନ୍ଦପୁରରେ ହାତାହାତି ହୋଇଛନ୍ତି ପୋଲିସ ଏବଂ ଓକିଲ । ଆଜି ମଧ୍ୟାହ୍ନ ରେ ଆନନ୍ଦପୁର ଓକିଲ ସଂଘ ର ଜଣେ ଓକିଲ ଶାଳପଡା ଛକ ଦେଇ ଯାଉଥିବା ବେଳେ ହେଲମେଟ ଯାଞ୍ଚ ଚାଲିଥିବା ବେଳେ କିଛି ପୋଲିସ କର୍ମଚାରୀ ତାଙ୍କୁ ଅଟକ ରଖିଥିଲେ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ହାତାହାତି ହୋଇଥିଲେ। ଏହାକୁ କେନ୍ଦ୍ର କରି ଢେର ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଘସିପୁରା ଥାନା ଅଧିକାରୀ ଓ ଆନନ୍ଦପୁର ଓକିଲ ସଂଘ ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।