ନାଗପୁରରେ ଓଡ଼ିଆ ପୁଅଙ୍କ କମାଲ : ସ୍ପେସାଲ ରେସିପି ପ୍ରତିଯୋଗିତାରେ ବାଜିମାତ୍

ଭୁବନେଶ୍ବର (କେନ୍ୟୁଜ୍) : ନାଗପୁର ଅନୁଷ୍ଠିତ ହେଇଥିଲା ‘ହଙ୍ଗ୍ରୀ ଫର ହଲଦୀରାମ କୁକିଂ କଣ୍ଟେଷ୍ଟ-୨୦୧୮’ । ଏଥିରେ ବାଜି ମାରିଲେ ଓଡ଼ିଆ ପୁଅ ଅବିନାଶ ନାୟକ ଓ ଅମୋଲ ମହାନ୍ତି। ଓଡିଶାର ଅବିନାଶ ନାୟକ ବିହାରର ଲିଟି ଚୋଖା ଏବଂ ଆମ ରାଜ୍ୟର ପାରମ୍ପରିକ ପାନୀୟ ଛେନା ପଣା କରି ବିଜେତା ଘୋଷିତ ହୋଇଛନ୍ତି। ସେ ପ୍ରସିଦ୍ଧ ସେଫ୍ କୁନାଲ କପୁରଙ୍କ ପାଖରୁ ପୁରସ୍କାର ଗ୍ରହଣ କରିଥିଲେ। ୟଙ୍ଗ୍ ସେଫ୍ ଭାବରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଲାଇକ୍ ସେୟାର ହେବାରେ ଲାଗିଛି।

abinasଏହି ପ୍ରତିଯୋଗିତା ଗତ ୩୦ ତାରିଖ ଦିନ ମହାରାଷ୍ଟ୍ର ନାଗପୁରରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବିଜେତା ହେବା ପରେ ଅବିନାଶ କହିଛନ୍ତି ଯେ ଅକ୍ଟୋବର ୩୦ ତାଙ୍କ ପାଇଁ ସବୁଦିନେ ସ୍ମରଣୀୟ ହୋଇ ରହିବ । ସେ ଏହି ପ୍ରତିଯୋଗିତା ଜିତିବା ସହ କୁନାଲ କପୁରଙ୍କ ଭଳି ଜଣେ ବ୍ୟକ୍ତିତ୍ବଙ୍କ ଠାରୁ ତାଙ୍କୁ ପୁରସ୍କାର ମିଳିଥିବାରୁ ସେ ବହୁତ ଖୁସି । ତାଙ୍କ ପାଖରୁ ସେ ଅନେକ କଥା ଶିକ୍ଷା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଏବେବି ବିଶ୍ବାସ ହେଉ ନାହିଁ କି ଏଭଳି ଏକ ଜାତୀୟ ସ୍ତରର ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି ବୋଲି।

amol mohanty

ଏହାକୁ ଏକ ସଂଯୋଗ କୁହାଯାଇ ପାରେ ଯେ ଆଉ ଜଣେ ଓଡ଼ିଆ ଯୁବକ ଫାଇନାଲ ୧୨ ଜଣରେ ଥିଲେ । ସେ ହେଉଛନ୍ତି ଅମୋଲ ମହାନ୍ତି । ‘ମୋତିଚୁର ଲଡୁ’ ରେସିପି ତିଆରି କରି ଦ୍ବିତୀୟ ରନରଅପ୍ ହୋଇଛନ୍ତି ।  ଅମୋଲ ଭୁବନେଶ୍ବରରେ ହୋଟେଲ ମ୍ୟାନେଜମେଣ୍ଟ କରୁଛନ୍ତି ।

ଆସ୍କାର ଅବିନାଶ କେମିତି ଗଲେ ପ୍ରତିଯୋଗିତାକୁ

ଆସ୍କା ତାଳଷଣ୍ଢପୁର ଗାଁରେ ଅବିନାଶଙ୍କ ଘର । ସେ ଇନଫୋସିସରେ ଟେକେନୋଲଜିକାଲ ଆନାଲିସିଷ୍ଟ ଭାବେ କାମ କରନ୍ତି। ବିଭିନ୍ନ ଖାଦ୍ୟ ତଥା ନୂଆ ନୂଆ ଢଙ୍ଗରେ ବନାଇବା ତାଙ୍କର ଭାରି ଆଗ୍ରହ । ଏଭଳି ଖାଦ୍ୟ ତିଆରି କରି ସେ ନିଜ ବ୍ଲଗରେ ପୋଷ୍ଟ କରିଥାନ୍ତି । ଏମିତି ତାଙ୍କ ନଜର ପଡ଼ିଥିଲା ଦେଶର ନାମୀ କମ୍ପାନୀ ହଲଦିରାମର ପ୍ରତିଯୋଗିତା ଉପରେ । ସେମାନେ ପୂରା ଦେଶରୁ ରେସିପି ଆହ୍ବାନ କରିଥିଲେ ।

ABINASH NAIK-1

ତେବେ ସେମାନଙ୍କ ପାଖକୁ ଆସିଥିବା ୩୦୦ ରେସିପି ମଧ୍ୟରୁ ଶ୍ରେଷ୍ଠ ୧୫ଟିକୁ ବଛା ଯାଇଥିଲା । ଏହି ୧୫ ଜଣଙ୍କୁ ନାଗପୁରକୁ ଡକା ଯାଇଥିଲା ଲାଇଭ୍ ରୋଷେଇ କରିବା ପାଇଁ । ତେବେ ଫାଇନାଲ ରାଉଣ୍ଡକୁ ଆସିଥିଲେ ୧୨ ଜଣ । ନାଗପୁରର ଶଙ୍କର ନଗର ଠାରେ ହୋଇଥିଲା ଫାଇନାଲ ରାଉଣ୍ଡ । ଯେଉଁ ରେସିପି ମନୋନୀତ ହୋଇଥିଲା ତାକୁ ୭୫ ମିନିଟ ଭିତରେ ତିଆରି କରିବା ପାଇଁ ସମୟ ଦିଆଯାଇଥିଲା । ଯଦି ଶୀଘ୍ର ସରିଯାଏ ତେବେ ଆଉ ଗୋଟିଏ ରେସିପି କରିବାକୁ ମଧ୍ୟ କୁହାଯାଇଥିଲା । ପ୍ରତିଯୋଗିତାରେ ଜଜ୍ ଥିଲେ ଅନେକ ଜଣାଶୁଣା ସେଫ ।

ରେସିପି ଲିଟି ଚୋଖା

ଅବିନାଶ ଏକ ବିହାରୀ ରେସିପି ଲିଟି ଚୋଖା କରିଥିଲେ । ଯାହା ଅଟା, ଛତୁଆ ଏବଂ ଆଳି ବାଇଗଣ ଭର୍ତ୍ତାରେ ତିଆରି ହୋଇଥିଲା । ଅଟାରେ ଏକ କୋନ୍ କରିବା ପରେ ତା ଭିତରେ ଛତୁଆ ରଖିଥିଲେ ଏବଂ ଉପରେ ଦେଇଥିଲେ ଆଳୁ ବାଇଗଣ ଭର୍ତ୍ତା । ଅଟା ଭିତରେ ଛତୁଆକୁ ପୂରାଇ ନିଆଁରେ ପୋଡ଼ିବ । କୋନ୍ ଭଳି କରି । ବାଇଗଣ ଆଳୁ ଭର୍ତ୍ତା । ଏହି ରେସିପି ଶେଷ ହୋଇଯିବା ପରେ ସେ ଓଡ଼ିଶାର ଖାଦ୍ୟ ଛେନାପଣା କରିଥିଲେ ।

ABINASH-3

https://www.youtube.com/watch?v=83Q1EV8ua7M