ନଭେମ୍ବର ୫ରୁ ଆରମ୍ଭ ଧାନ ସଂଗ୍ରହ, ଏଥର ଟାର୍ଗେଟ ୫୫ଲକ୍ଷ ଟନ୍

ଭୁବନେଶ୍ବର(କେନ୍ଯୁଜ୍) : ଚଳିତ ବର୍ଷ ଖରିଫ୍ ଋତୁ ପାଇଁ ଆରମ୍ଭ ହେବ ଧାନ ସଂଗ୍ରହ । ୫ ତାରିଖରୁ ଧାନ କିଣା ଆରମ୍ଭ ହେବ। ପ୍ରଥମେ ବରଗଡ଼ ଓ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କଠାରୁ ଧାନ କିଣାଯିବ। ଧାନ ବିକ୍ରିର ୪୮ରୁ ୭୨ଘଣ୍ଟା ମଧ୍ୟରେ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ପାଇବେ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ । ସମ୍ବଲପୁର ଏମ୍ସିଏଲ୍ କନଫରେନ୍ସ ହଲ୍ରେ ଧାନ କିଣାକୁ ନେଇ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।
ବୈଠକରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ। ଚଳିତ ବର୍ଷ ୫୫ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଛି। କେବଳ ପଶ୍ଚିମ ଓଡ଼ିଶାରୁ ସରକାର ୪୦ ପ୍ରତିଶତ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଜଳସେଚିତ ଅଞ୍ଚଳରୁ ସରକାର ୧୯ କ୍ୱିଣ୍ଟାଲ ପ୍ରତି ଏକର ଧାନ ସଂଗ୍ରହ କରାଯିବାବେଳେ ଅଣସେଚିତ ଅ଼ଞ୍ଚଳରୁ ୧୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।