Below header

ରେମୁଣା ଦୁର୍ଗାଦେବୀ ଅଞ୍ଚଳରେ ମିଳିଲା ପ୍ରାଚୀନ ସହର ଓ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ

ବାଲେଶ୍ୱର(କେନ୍ଯୁଜ୍) : ବାଲେଶ୍ୱର ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ମିଳିଛି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କରିବା ସମୟରେ ଏଠାରେ ପ୍ରାଚୀନ ସଭ୍ୟତାର ବଳିଷ୍ଠ ପ୍ରମାଣ ମିଳିଛି ।

ପ୍ରାୟ ୨ ହଜାର ୫୦୦ ବର୍ଷ ତଳେ ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକାର ମଧ୍ୟ ଭାଗରେ ପ୍ରାୟ ୫ କିଲୋମିଟର ପରିଧି ମଧ୍ୟରେ ରହିଥିଲା । ଉଭୟ ପାର୍ଶ୍ୱରେ ଗଙ୍ଗାହାର, ପ୍ରସନ୍ନ ନାଳ ଗଡ଼ଖାଇ ଭାବେ ପ୍ରବାହିତ ହେଉଛି । ଯାହା ବୁଢ଼ାବଳଙ୍ଗ ଓ ସୋନ ନଦୀ ସହ ରେମୁଣା ନିକଟରେ ମିଶିଛି ।

ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ଅଳଙ୍କାର, ମାଟି ଖେଳଣା, ଲୁହାକଣ୍ଟା ଆଦି ମିଳିଛି । ପରବର୍ତ୍ତୀ ଲୌହ ଯୁଗ ସମୟରେ ଏଠାରୁ ଲୁହା ସ୍ଲାଗ୍‌, ଭାଲା ଓ କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟିପତ୍ର, ଚିକ୍କଣ କଳା ରଙ୍ଗର ମାଟିପାତ୍ର ମିଳିଛି । କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାଠାରୁ ଖୋଳିବା ଅନୁମତି ପାଇବା ପରେ ୨୦୨୧ ମାର୍ଚ୍ଚରେ ଦୁର୍ଗାଦେବୀଠାରେ ଖନନ କାର୍ଯ୍ୟ ଆରମ୍ଭ ହୋଇ ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.