Below header

ହାଲକେଇକି ନଉଥିଲେ ଦୁଲକେଇକି ମାଡିବସିଲା ଭିଜିଲାନ୍ସ, ଅନୁଗୁଳ ବନ୍ତଳା ଥାନା ଏସଆଇ ପଡିଲେ ଜାଲରେ

କଟକ(କେନ୍ୟୁଜ୍): ପୋଷଉ ନାହିଁ ପୋଲିସିଆ ଦରମା। ତଣୁ ହାଲକାଇକି  ଲାଞ୍ଚ ନେଇ ଧରା ପଡିଲେ ଅନୁଗୁଳ ବନ୍ତଳା ଥାନାର ଏସଆଇ ପ୍ରମୋଦ କୁମାର ନାଏକ। ମିଳିଥିବା ସୂଚନା ମୁତାବକ ଜଣେ ଅଭିଯୋଗକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ  ନେବା  ସମୟରେ ଘଟଣା ସ୍ଥଳରେ ଧରିଛି ଭିଜିଲାନ୍ସ ଟିମ୍।

ପୂର୍ବରୁ ବନ୍ତଳା ଥାନାରେ ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ  ନମ୍ବରକୁ କାଟିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। । ଅଭିଯୋଗକାରୀ ପରେ  ଭିଜିଲାନ୍ସରେ ଘଟଣା ସମ୍ପର୍କରେ ଜଣାଇବା ପରେ ଭିଜିଲାନ୍ସ ବିଭାଗ ଏସଆଇ ପ୍ରମୋଦଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ପରେ  ଲାଞ୍ଚ ଟଙ୍କାକୁ  ଗ୍ରହଣ କରିବା ବେଳେ  ପ୍ରମୋଦଙ୍କୁ ଧରିଥିବା ସୂଚନା ମଳିଛି।

ଏହି ମାମଲାରେ ଆଜି  କଟକ ଭିଜିଲାନ୍ସ  ବିଭାଗ କେସ୍ ନଂ ୨୫   U / s 7 P.C. (ସଂଶୋଧନ) ୨୦୧୮ ଅଧିନିୟମ ଅନୁଯାୟୀ  ପଞ୍ଜିକୃତ ହୋଇଛି ।  ପ୍ରମୋଦଙ୍କ ବିରୋଧରେ  ତଦନ୍ତ ଚାଲିଛି  ଓ ତାଙ୍କ  ସମ୍ପତ୍ତି ଉପରେ ଅନୁଗୁଳର ଗୋଟିଏ ସ୍ଥାନରେ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.