ଦେବ ଉଥାନୀ ଏକାଦଶୀ ୨୦୨୧ : ଏହି ଦିନ ଉଠିବେ ଭଗବାନ, ପୁଣି ଆରମ୍ଭ ହେବ ଶୁଭ କାର୍ଯ୍ୟ

ହରିଶୟନ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ନିଦ୍ରାରେ ଯାଆନ୍ତି । ପୁଣି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀରେ ଭଗବାନ ବିଷ୍ଣୁ ନିଦ୍ରା ତ୍ୟାଗ କରନ୍ତି । ଯାହାକୁ ଦେବୋଥ୍ଥାନ ଏକାଦଶୀ ବୋଲି କୁହାଯାଏ । ଅର୍ଥାତ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିଲେ ଧରାପୃଷ୍ଟରେ ସବୁ ମାଙ୍ଗଳିକ ବା ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ବା ହରି ଶୟନ ଏକାଦଶୀରୁ ଭଗବାନ ନିଦ୍ରା ଯିବା ଠାରୁ ଦେବୋଥ୍ଥାନ ଏକାଦଶୀ ଯାଏ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ରହିଥାଏ ।

ଚଳିତ ବର୍ଷ ବା ୨୦୨୧ରେ ଦେବୋଥ୍ଥାନ ଏକାଦଶୀ ନଭେମ୍ବର ୧୪ ତାରିଖ ରବିବାର ଆରମ୍ଭ ହେଉଛି । ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଚାତୁର୍ମାସ ଆରମ୍ଭ ୨୦ ଜୁଲାଇ ଦେବ ଶୟନ ଏକାଦଶୀ ଠାରୁ ହୋଇଥିଲା । ଯାହାର ସମାପନ ୧୪ ନଭେମ୍ବର ଦେବୋଥ୍ଥାନ ଏକାଦଶୀରେ ସମାପ୍ତ ହେବ । ତେଣୁ ଏହି ଦିନ ଠାରୁ ଆରମ୍ଭ ହେବ ଅଟକି ଯାଇଥିବା ଶୁଭକାର୍ଯ୍ୟ ।

ଶୁଭ ସମୟ

ନଭେମ୍ବର ୧୪ ତାରିଖ ରବିବାର ପୂର୍ବାହ୍ନ ୫ ଟା ୪୮ ମିନିଟରୁ ଆରମ୍ଭ ହେବାକୁ ଯାଉଛି ଦେବୋଥ୍ଥାନ ଏକାଦଶୀ । ଏକାଦଶୀ ତିଥି ୧୫ ନଭେମ୍ବର ପୂର୍ବାହ୍ନ ୬ଟା ୩୯ ମିନିଟ ଯାଏ ଭୋଗ ହେବ । ତେଣୁ ଉଦୟା ତିଥି ହେବା କାରଣରୁ ଦେବୋଥ୍ଥାନ ଏକାଦଶୀ ବ୍ରତ ଓ ପୂଜା ୧୪ ନଭେମ୍ବର ଦିନ ହେବ ।

ମାନ୍ୟତା ଅନୁସାରେ ଦେବ ଶୟନ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଯୋଗନିଦ୍ରାରେ ଲୀନ ଥିଲେ । ଚାରି ମାସ ପରେ ଦେବୋଥ୍ଥାନ ଏକାଦଶୀ ଦିନ ପ୍ରଭୁ ଯୋଗନିଦ୍ରାରୁ ଉଠିବେ । ଭଗବାନଙ୍କ ଶୟନ କାରଣରୁ ସମସ୍ତ ଶୁଭ କାର୍ଯ୍ୟ ୪ ମାସ ଯାଏ ବର୍ଜିତ ଥିଲା । ଏବେ ଭଗବାନ ଯୋଗନିଦ୍ରା ତ୍ୟାଗ କରିବା ପରେ ଦେବୋଥ୍ଥାନ ଏକାଦଶୀ ଠାରୁ ପୁଣି ଶୁଭକାର୍ଯ୍ୟ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.