Below header

ଜର୍ମାନୀରେ କରୋନାର ଭୟଙ୍କର ସ୍ଥିତି, ଲକ୍ଷେ ମୁଣ୍ଡ ନେବ ଚତୁର୍ଥ ଲହର

କେନ୍ୟୁଜ୍(ବ୍ୟୁରୋ):  ଜର୍ମାନୀରେ ଲକ୍ଷେ ମୁଣ୍ଡ ନେବ ଚତୁର୍ଥ ଲହର । ସତର୍କବାଣୀ ଶୁଣାଇଲେ ଦେଶର ଟପ୍‌ ଭାଇରୋଲୋଜିଷ୍ଟ ଖ୍ରୀଷ୍ଟିଆନ ଡ୍ରୋଷ୍ଟେନ୍‌। ସଂକ୍ରମଣକୁ ତୁରନ୍ତ ରୋକାନଗଲେ ଆଉ ଲକ୍ଷେ ଜୀବନ ଚାଲିଯିବା ଆଶଂକା କରିଛନ୍ତି ଡ୍ରୋଷ୍ଟେନ୍‌ । ଜର୍ମାନୀରେ ଏବେ ଭୟଙ୍କର ସ୍ଥିତି। ଘାତକ ସାଜିଛି ଚତୁର୍ଥ ଲହର । ନୂଆ ରେକର୍ଡ କରୁଛି ଭାଇରସ୍‌ । ଦୈନିକ ସଂକ୍ରମଣ ୫୦ ହଜାର ଟପିଛି । ଗୁରୁବାର ୫୦ ହଜାର ୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହମାରୀ ଆରମ୍ଭ ଦିନରୁ ଜର୍ମାନୀରେ ସର୍ବାଧିକ ଦୈନିକ ସଂକ୍ରମଣ । ଗତ ୭ ଦିନ ଭିତରେ ସଂକ୍ରମଣ ୨୪୯.୧ ପ୍ରତିଶତ ବୃଦ୍ଧି ପାଇଛି। ହସ୍ପିଟାଲରେ ଆଉ ଜାଗା ନାହିଁ । ଅଧା ଲୋକ ଭେଣ୍ଟିଲେଟରରେ । ମୃତ୍ୟୁ ସଂଖ୍ୟା ମଧ୍ୟ ଉଦବେଗଜନକ ଭାବେ ବଢ଼ୁଛି ।

ଟିକା ନେଇ ନଥିବା ଲୋକଙ୍କ ଭିତରେ ଭୟଙ୍କର ଭାବେ ବ୍ୟାପୁଛି କରୋନା । ଗତ କିଛି ଦିନ ଭିତରେ ଭେଣ୍ଟିଲେଟରକୁ ଆସିଥିବା ଲୋକଙ୍କ ମଧ୍ୟରୁ କେହି ଟିକା ନେଇ ନଥିବା ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଟିକା ନେଇ ନଥିବା ଲୋକଙ୍କୁ ଠାରୁ ବୟସ୍କ ଓ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ସଂକ୍ରମଣ ବ୍ୟାପିବା ଆଶଂକା ବଢ଼ି ଯାଇଛି। ଚତୁର୍ଥ ଲହରକୁ ଟିକା ନେଇ ନଥିବା ଲୋକଙ୍କ ମହାମାରୀ ବୋଲି ଜର୍ମାନୀ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ବିଦାୟୀ ଚାନସେଲର ଅଞ୍ଜେଲା ମର୍କେଲ କହିଛନ୍ତି, ଟିକା ନେଇ ନଥିବା ଲୋକ ନିଜର ସାମାଜିକ ଦାୟିତ୍ୱକୁ ବୁଝିବା ଆବଶ୍ୟକ । ଜର୍ମାନୀରେ ମାତ୍ର ୫୭ ପ୍ରତିଶତ ଲୋକ ଟିକା ନେଇଛନ୍ତି । ଅର୍ଥାତ ପ୍ରାୟ ଅଧା ଲୋକ ଏବେ ବି ଟିକା ନେଇ ନାହାନ୍ତି । ଟିକା ନେଇ ନଥିବା ଲୋକଙ୍କୁ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ କଟକଣା ଲଗାଇଛି ଜର୍ମାନୀ । ଅନ୍ୟପଟେ ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ସରକାର ଘୋଷଣା କରିଛନ୍ତି।

ଏପଟେ ଭାରତ ବାୟୋଟେକ୍‌ର କରୋନା ଟିକା କୋଭାକ୍ସିନ୍‌ ୭୭.୮ ପ୍ରତିଶତ ପ୍ରଭାବୀ । ଲାନସେଟ୍‌ ପତ୍ରିକାରେ ଏହି ତଥ୍ୟ ପ୍ରକାଶ ପାଇଛି। ଡେଲ୍‌ଟା ଭାରିଆଣ୍ଟ ବିପକ୍ଷରେ ଏହା ୬୫.୨ ପ୍ରତିଶତ ପ୍ରଭାବୀ ବୋଲି ଲାନସେଟ୍‌ ଅନୁଧ୍ୟାନରୁ ଜଣାପଡ଼ିଛି। ନିକଟରେ କୋଭାକ୍ସିନ୍‌କୁ ଅନୁମୋଦନ ଦେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.