ଚାଣକ୍ୟ ନୀତି : ଭୁଲରେ ବି କରନ୍ତୁ ନାହିଁ ଏହି ଲୋକଙ୍କ ସହ ଶତ୍ରୁତା, ନଚେତ ଭୋଗିବେ ବଡ଼ କଷ୍ଟ

ପ୍ରସିଦ୍ଧ ନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ବହୁତ ପ୍ରସିଦ୍ଦ । ଚାଣକ୍ୟଜୀ ଏକ ନୀତିଶାସ୍ତ୍ର ରଚନା କରିଛନ୍ତି ଯେଉଁଥିରେ ସମାଜର ପ୍ରତ୍ୟେକ ବିଷୟରେ ଗଭୀର ଭାବେ ବିଶ୍ଲେଷର କରିଛନ୍ତି । କୁହାଯାଏ ଯିଏ ଚାଣକ୍ୟଙ୍କ ନୀତି କୁ ଜୀବନରେ ଲଗାଇଥାଏ ତାଙ୍କର କୌଣସି ଅସୁବିଧା ହୁଏନାହିଁ । ସେ ସର୍ବଦା ଜୀବନରେ ସଫଳ ହୋଇଥାଏ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତି ଶାସ୍ତ୍ରରେ ଏମିତି ୮ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯେଉଁମାନଙ୍କ ସହ ଲୋକେ ଭୁଲରେ ବି ଶତ୍ରୁତା କରିବା ଉଚିତ ନୁହେଁ । କାରଣ ଏପରି ଲୋକଙ୍କ ସହ ଶତ୍ରୁତା ଆପଣଙ୍କୁ ଭାରି ପଡ଼ିପାରେ । ଆସନ୍ତୁ ଜାଣିବା ସେହି ଲୋକଙ୍କ ବିଷୟରେ ।

୧.   ମର୍ମା : ଏପରି ବ୍ୟକ୍ତି ଯିଏ ଆପଣଙ୍କ ସବୁ ରାଜ ଜାଣିଥାଏ । ଏପରି ଲୋକଙ୍କ ସହ କେବେ ବି ଶତ୍ରୁତା କରିବା ଉଚିତ ନୁହେଁ । ଯଦି ଆପଣ ଏପରି ଲୋକଙ୍କ ସହ ଶତ୍ରୁତା କରିବେ ସେ ଆପଣଙ୍କ ସବୁ ରହସ୍ୟ ବାହାରେ ପ୍ରକାଶ          କରିଦେବେ ।

୨.   ଶସ୍ତ୍ରୀ : ଯେଉଁ ଲୋକଙ୍କ ହାତରେ ଅସ୍ତ୍ର ଥିବ ସେମାନଙ୍କ ସହ କେବେ ବି ଝଗଡ଼ା କରିବା ଉଚିତ ନୁହେଁ । କାରଣ ଏହି ବ୍ୟକ୍ତି କ୍ରୋଧ ବଶତଃ ଅସ୍ତ୍ରର ପ୍ରୟୋଗ କରିପାରନ୍ତି ।

୩.   ସଠ : ଚାଣକ୍ୟ କୁହନ୍ତି କି ମୂର୍ଖ ବ୍ୟକ୍ତି ଆଗରେ କେବେ ବି କାହାର ଅନିଷ୍ଟ ବିଷୟରେ କହିବ ନାହିଁ । କାରଣ ମୂର୍ଖ ଲୋକର ନିଜ ହିତ କିମ୍ବା ଅହିତ ସମ୍ପର୍କରେ ଜ୍ଞାନ ନଥାଏ ।

୪.   ପ୍ରଭୁ : ମାଲିକ କିମ୍ବା ରାଜାଙ୍କ ସହ କେବେ ବି ଶତ୍ରୁତା କରନ୍ତୁ ନାହିଁ । କାରଣ ଏ ନିଜର ଶକ୍ତି ବଳରେ ଆପଣଙ୍କ ବଡ଼ ହାନି କରିପାରନ୍ତି ।

୫.   ବୈଦ ବା ଡାକ୍ତର : ଚାଣକ୍ୟ କୁହନ୍ତି ବୈଦ ବା ଡାକ୍ତରଙ୍କ ସହ ବ୍ୟକ୍ତି ଶତ୍ରୁତା କରିବା କଥା ନୁହେଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ଭବିଷ୍ୟତରେ ଅସୁବିଧା ହେବାର ଆଶଙ୍କା ହୋଇପାରେ ।

୬.   ଧନୀ ବ୍ୟକ୍ତି : ଚାଣକ୍ୟଙ୍କ ମତରେ ଧନୀ ଲୋକଙ୍କ ସହ କେବେ ବି ଶତ୍ରୁତା କରିବା ଉଚିତ ନୁହେଁ । କାରଣ ଏହି ବ୍ୟକ୍ତି ନିଜର ଫାଇଦା ପାଇଁ କାହାକୁ ବି କିଣି ପାରନ୍ତି ।

୭.   କବି : ଯେଉଁ ବ୍ୟକ୍ତି କବି, ଲେଖକ ବା ପତ୍ରକାର ଅଟନ୍ତି, ସେମାନଙ୍କ ସହ କେବେ ବି ଶତ୍ରୁତା କରିବ ନାହିଁ । କାରଣ କ୍ରୋଧ ଆସିଲେ ଏମାନେ ଆପଣଙ୍କ ନାମରେ କିଛି ବି ଲେଖିପାରିବେ ।

୯.   ରୋଷେୟା : ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଖାଦ୍ୟ ତିଆରି କରନ୍ତି, ସେମାନଙ୍କ ସହ କେବେ ବି ଶତ୍ରୁତା କରନ୍ତୁ ନାହିଁ । କାରଣ ଏହି ଲୋକ ଆପଣଙ୍କୁ ଖାଦ୍ୟରେ କିଛି ବି ମିଶାଇ ଖୁଆଇ ଦେଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.