Below header

ଅନୁଗୁଳ : ଅଟକିଲା ସିଦ୍ଧାନ୍ତ-ରଚନାଙ୍କ ବାହାଘର, ବାଲ୍ୟ ବିବାହକୁ ରୋକିଲେ ସିଡିପିଓ

ଅନୁଗୁଳ(କେ ନ୍ୟୁଜ୍): ମନ୍ଦିର ଭିତରେ ଚାଲିଥିଲା ବିବାହ ଆୟୋଜନ । ଜଣେ ନାବାଳିକାର ବିବାହ ହୋଇଥାନ୍ତା । ତେବେ ଖବର ପାଇ ପହଞ୍ଚିଗଲେ ଛେଣ୍ଡିପଦା ସିଡିପିଓ ଓ ଥାନା ଅଧିକାରୀ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାଟକୁମଣ୍ଡା ଗ୍ରାମର ଶ୍ରୀ ସୁରେଶ ସାହୁଙ୍କ ୨୧ ବର୍ଷର ପୁଅ ସିଦ୍ଧାନ୍ତ ସାହୁଙ୍କ ବାହାଘର ବାଘୁଆବୁଲ୍ ଗ୍ରାମର ବାବୁଲା ସାହୁଙ୍କ ଝିଅ କୁମାରୀ ରଚନା ସାହୁଙ୍କ ସହ ହୋଇଥାନ୍ତା । ରଚନାଙ୍କୁ ମାତ୍ର ୧୫ ବର୍ଷ । ପାଟକୁମଣ୍ଡା ଗାଁ ମନ୍ଦିରରେ ବିବାହ ପାଇଁ ଆୟୋଜନ ଚାଲିଥିଲା । ଠିକ୍ ସମୟରେ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଏହି ଖବର ପହଞ୍ଚିବା ପରେ ସେମାନେ ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଥିଲେ।

CHILD MARRIAGE-2

ସୂଚନା ମୁତାବକ ଛେଣ୍ଡିପଦା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶିକା ସୁଷମା ପ୍ରଧାନ ଓ କାମିନୀବାଳା ଦାସ ଛେଣ୍ଡିପଦା ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ପ୍ରଶାସନ ଉଭୟ ପରିବାରକୁ ଯୋଗାଯୋଗ କରିବାରୁ ଦୁଇ ପରିବାର ସନମତ ହୋଇଥିଲେ। ଝିଅର ବୟସ ୧୮ ବର୍ଷ ନହେବା ପର୍ଯ୍ଯନ୍ତ ବିବାହ କରି ପାରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.