Below header

ପ୍ରତିରକ୍ଷା ସଚିବଙ୍କୁ କରୋନା, କ୍ଵାରେଣ୍ଟାଇନରେ ମନ୍ତ୍ରାଳୟର ୩୫ ଅଫିସର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ମାମଲା ଦିନ କୁ ଦିନ ବଢ଼ିବାରେ ଲାଗିଛି । ପ୍ରଥମେ ରାଷ୍ଟ୍ରପତି ଭବନରୁ ସଂକ୍ରମିତ ଜନିତ ମାମଲା ସାମ୍ନାକୁ ଆସିବା ପରେ ଏବେ ରକ୍ଷା ମନ୍ତ୍ରାଳୟରୁ ଏକ ପଜିଟିଭ କେସ ଆସିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଭାରତର ରକ୍ଷା ସଚିବ ଅଜୟ କୁମାରଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି । ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହୋମ କ୍ଵାରେଣ୍ଟାଇନରେ ରଖା ଯାଇଥିବା ନେଇ ସୂଚନା ମିଳିଛି । ଏହି ଖବର ପ୍ରକାଶ ପାଇବା ପରେ ଏହି ଦିନ ଭିତରେ ସଚିବ ଅଜୟ କୁମାରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ହାସଲ କରିବାକୁ ରକ୍ଷା ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଷ୍ଟ୍ରପତି ଭବନ “ରାୟସୀନା ହିଲସ” ସାଉଥ ବ୍ଲକ ଅବସ୍ଥିତ ମନ୍ତ୍ରାଳୟର ମୁଖ୍ୟାଳୟରେ କାର୍ଯ୍ୟରତ ୩୫ ଜଣ ଅଧିକାରୀଙ୍କୁ ନିଜ ନିଜ ଘରେ ପୃଥକ ଭାବେ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ରକ୍ଷା ସଚିବ କରୋନା ସଂକ୍ରମିତ ଥିବା ନେଇ ସୂଚନା ପ୍ରକାଶ ପାଇବା ପରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ନିଜ କାର୍ଯ୍ୟାଳୟ ଆସିନାହାନ୍ତି ।କିନ୍ତୁ ରକ୍ଷା ସଚିବ କରୋନା ସଂକ୍ରମିତ ହୋଇଥିବା ନେଇ ଏଯାବତ କୌଣସି ଆଧିକାରୀକ ବା ଅଫିସିଆଲ ସୂଚନା ମିଳିନାହିଁ । ରକ୍ଷା ମନ୍ତ୍ରାଳୟ ପ୍ରବକ୍ତା ବି ଏବାବଦରେ କିଛି ପ୍ରକାଶ କରିବାକୁ ମନା କରି ଦେଇଛନ୍ତି । କହିରଖିବା ଉଚିତ ହେବକି ରକ୍ଷା ମନ୍ତ୍ରୀ, ରକ୍ଷା ସଚିବ, ସେନା ପ୍ରମୁଖ ଓ ନୌସେନା ପ୍ରମୁଖଙ୍କ କାର୍ଯ୍ୟାଳୟ ବି ସାଉଥ ବ୍ଲକର ପ୍ରଥମ ମହଲରେ ଅବସ୍ଥିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.