ରାଜ୍ୟରେ ୯୦ଟି ନୂଆ କରୋନା ପଜିଟିଭ କେସ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି

ଭୁବନେଶ୍ୱର; ରାଜ୍ୟରେ ଆଜି ନୂଆ ୯୦ ଟି କରୋନା ପଜିଟିଭ କେଶ ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି ।ଏବାବଦରେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ୧୩ ଟି ଜିଲ୍ଲାରୁ ହିଁ ଆଜି ୯୦ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି । ୯୦ ରୁ ୭୯ ଜଣ କ୍ଵାରେ ଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୧ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି ।
COVID-19 REPORT FOR 3rd JUNE
New positive cases: 90
In quarantine: 79
Local contacts: 11(Details of local contacts will be shared by concerned district administration)
1. Khordha: 25
2. Nayagarh: 7
3. Angul: 1
4. Balasore: 1
5. Bhadrak:9
6. Kalahandi: 1
7. Ganjam: 22— I & PR Department, Odisha (@IPR_Odisha) June 4, 2020
ଆକ୍ରାନ୍ତଙ୍କ ମଧ୍ୟରେରେ ଗଂଜାମର ୨୨ଜଣ , ଢେଙ୍କାନାଳର ୧୦ ଜଣ , କଟକ ଜିଲ୍ଲାର ୫ ଜଣ ,ସୁନ୍ଦରଗଡର ୫ ,ଖୋର୍ଦ୍ଧାର ୨୫ ଜଣ ଅଛନ୍ତି । ଯେବେକି ଭଦ୍ରକରୁ ୯ ଜଣ, ନୟାଗଡରୁ ୭ଜଣ, ପୁରୀରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଏହାବାଦ ଅନୁଗୁଳ ବାଲେଶ୍ୱର, ବରଗଡ଼, ସମ୍ବଳପୁର ଓ କଳାହାଣ୍ଡି ଜିଲ୍ଲା ମାନଙ୍କରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
8. Sambalpur:1
9. Sundargarh: 5
10. Puri: 2
11. Cuttack: 5
12. Bargarh: 1
13. Dhenkanal: 10
Total Positive-90
New recoveries: 91
Cumulative tested: 165824
Positive: 2478
Recovered: 1416
Active cases: 1053— I & PR Department, Odisha (@IPR_Odisha) June 4, 2020
କହିରଖିବା ଉଚିତ ହେବକି, ବର୍ତ୍ତମାନ ସମୟରେ ରାଜ୍ୟରେ ୧୦୫୩ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେବେକି ମୃତକଙ୍କ ସଂଖ୍ୟା ୭ ରହିଛି । କହିରଖିବା ଉଚିତ ହେବକି ପୂର୍ବରୁ ରାଜ୍ୟର ୧୩ ଟି ଜିଲ୍ଲାରେ ଲକ ଡାଉନର ସ୍ୱତନ୍ତ୍ର ନିୟମ ଜାରି କରାଯାଇଥିଲା ।