ଛାତ ଉପରେ ସୁନ୍ଦର ବଗିଚା: ବଂଶାଇ ପ୍ରକ୍ରିୟା ଆପଣାଇ ୧୦୦୦ ପ୍ରଜାତିରୁ ଅଧିକ ଗଛ ଲଗାଇ ଚର୍ଚ୍ଚାରେ ଏହି ଡାକ୍ତର

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ହେଉଛି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। ଚାରିଆଡେ କେବଳ ଖଣି ଖାଦାନ ସଙ୍ଗକୁ ବଡ଼ ବଡ଼ ଶିଳ୍ପ ଓ କଂକ୍ରିଟ ଘର। ଏହାରି ଭିତରେ ଗୋଟିଏ ଗଛ ଲଗାଇବା ଓ ତାକୁ ବଞ୍ଚାଇ ରଖିବାରେ ଅନେକ ବାଧାବିଘ୍ନ ଦେଖାଦିଏ। ହେଲେ ଏମିତି ଜଣେ ଡାକ୍ତରଙ୍କ ବିଷୟରେ ଆଜି ଆମେ କଥା ହେଉଛେ,ଯିଏ ମନୁଷ୍ୟ ପାଇଁ ଅମ୍ଳଜାନ ଓ ଗଛର ଆବଶ୍ୟକତାକୁ ଛୋଟ ବେଳୁ ପରଖି ପାରିଥିଲେ। ସେ ହେଉଛନ୍ତି ଡାକ୍ତର ଦେବାଶିଷ ପ୍ରଧାନ ।
ଅନୁଗୋଳ ସହର ମିଶ୍ରପଡା ସ୍ଥିତ ନିଜର ଡାକ୍ତରଖାନା ସୁରେନ୍ଦ୍ର ହସ୍ପିଟାଲ ଓ ବାସଗୃହର ଛାତ ଉପରେ ସେ କରିଛନ୍ତି ଏହି ସୁନ୍ଦର ବଗିଚା। ଯେଉଁଠାରେ ରହିଛି ୧୦୦୦ ପ୍ରଜାତିରୁ ରୁ ଅଧିକ ଗଛ। ଡାକ୍ତର ବଂଶାଇ ପ୍ରକ୍ରିୟାକୁ ବ୍ୟବହାର କରି ୪୦ ରୁ ଅଧିକ ବର ଜାତୀୟ ଗଛକୁ ନିଜ ଛାତ ଉପରେ ୨୦ ବର୍ଷରୁ ଅଧିକ ଗଛ ଗୁଡିକୁ ବଞ୍ଚାଇ ବାରେ ସକ୍ଷମ ହୋଇ ପାରିଛନ୍ତି। ବିଲୁପ୍ତ ହୋଇଯାଉଥିବା ଗଛ ଗୁଡିକୁ ମଧ୍ୟ ଏଠାରେ ସ୍ଥାନ ପାଇଛି। ଫୁଲ ଜାତୀୟ,କଣ୍ଟା ଜାତୀୟ, ବର ଜାତୀୟ ଗଛ ସାଙ୍ଗକୁ ବିଦେଶ ରେ ଥିବା ଗଛ କୁ ଏଠାରେ ବଞ୍ଚାଇ ବାରେ ସକ୍ଷମ ହୋଇପାରିଛନ୍ତି ଡାକ୍ତର ଦେବାଶିଷ ପ୍ରଧାନ। ପେଶା ରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ନିଶା ତାଙ୍କର ଗଛ ଲଗାଇବା। ନିଜ ସକ୍ଷମ ଅନୁସାରେ ଗଛ ଲଗାଇବା ପାଇଁ ସ୍ଥାନ ର ଅଭାବ ଥିବା ହେତୁ ,ନିଜର ଘର ଓ ଡାକ୍ତର ଖାନା କୁ ତିଆରି କରିପାରିଛନ୍ତି ଏକ ଜଙ୍ଗଲ। ଡାକ୍ତରୀ ଜୀବନରୁ କିଛି ସମୟ ବାହାର କରି ଏଠାରେ କ୍ଲାନ୍ତ ମେଣ୍ଟାନ୍ତି। ରୋଗୀ ମାନେ ମଧ୍ୟ ବୁଲି ନିଜର ମନ କୁ ଶାନ୍ତ କରିବାରେ ସହାୟକ ହୋଇପାରିଛି ଏହି ବଗିଚା।
ବଂଶାଇ ପ୍ରକ୍ରିୟା କଣ?
ପୂର୍ବ କାଳରେ ମୁନି ଋଷି ମାନେ ବର ଓ ଅଶ୍ୱସ୍ଥ ଭଳି ବଡ଼ ବଡ଼ ଗଛକୁ ପୂଜା ଅର୍ଚନା କରୁଥିଲେ। ତେବେ ଏତେ ବଡ଼ ଗଛକୁ ସେମାନେ ଛୋଟ କରି ଏକ ପାତ୍ରରେ ନେବା ଆଣିବା କରିବା ସହ ,ସଦା ସର୍ବଦା ନିଜ ପାଖରେ ରଖୁଥିଲେ। ଏହି ଜାତୀୟ ଗଛ କୁ ଛୋଟରୁ ହିଁ କୃତ୍ରିମ ଉପାୟରେ ଏକ ଛୋଟ ପାତ୍ରରେ ତାକୁ ଏକ ଜଙ୍ଗଲ ର ରୂପ ଦିଆଯାଇପାରିବ। ଯଦି ସଠିକ ଭାବରେ ଏହି ଜାତୀୟ ଗଛ ର ଯତ୍ନ ନିଆଯାଏ ତେବେ ଏହି ଗଛ ୪୦ ବର୍ଷ ଯାଏଁ ବଞ୍ଚି ପାରିବେ। ଆଉ କଣ୍ଟା ଜାତୀୟ ଗଛ କୁ ଯଦି ଆପଣ ନିଜର ଘରେ କିମ୍ବା ଛାତ ଉପରେ ଲଗାଇବାକୁ ମନ ବଳାଇବେ ତେବେ ତାହା ବି ବିନା ମାଟିରେ ଏହାକୁ ଲଗାଇପାରିବେ । ଯାହା ସଏଲ ଲେସ ପ୍ରକ୍ରିୟା ଦ୍ୱାରା କରିପାରିବେ। ଏଥିରେ ଅଦରକାରୀ କୋଇଲା ଗୁଣ୍ଡ, ନଡ଼ିଆ ଖୋଳ, ଶିଳ୍ପରୁ ବାହାରୁଥିବା ପାଉଁଶ କୁ ବ୍ୟବହାର କରି ଏହାକୁ ବଞ୍ଚାଇ ପାରିବେ। ଏହି ଜାତୀୟ ଗଛ ଗୁଡିକ ଚାହିଦା ଥିବାରୁ ଏହାକୁ ଅନଲାଇନ ରେ ବିକ୍ରି କରି ବେଶ ଟଙ୍କା ମଧ୍ୟ ରୋଜଗାର କରିପାରିବେ। ବିଶେଷ କରି ବେଦେଶୀ ଗଛ ପାଖି ପୋଡିୟମ, ସାଇକସ,ଆଗେଭ ଓ ହଓରଥିଆ ବିଦେଶୀ ଗଛ ର ଚାହିଦା ରହିଛି। ଡାକ୍ତର ଦେବାଶିଷ ପ୍ରଧାନ ଙ୍କ ର ଏହି ବଗିଚା କୁ ଦେଖିବାକୁ ଅନେକ ସମୟରେ ମଧ୍ୟ ଲୋକ ଆସନ୍ତି। କୌଣସି ରୋଗୀ ର ଅମ୍ଳଜାନ ର ମାତ୍ରା କମ ଥିଲେ ମଧ୍ୟ ହସ୍ପିଟାଲ କୁ ଆସିବା ମାତ୍ରେ ହିଁ ଅମ୍ଳଜାନ ର ସ୍ତର ବଢ଼ୁଥିବାର ମଧ୍ୟ ନଜର ଆସିଛି। ଏଠାରେ ବିଦେଶୀ ଗଛ ଜାପାନ,ଚୀନ, ଇଣ୍ଡୋନେସିଆ, ଥାଇଲାଣ୍ଡ ଭଳି ଦେଶର ଗଛ ମଧ୍ୟ ଏଠାରେ ଦେଖିବାକୁ ମିଳେ।
ପରିବେଶକୁ ସୁରକ୍ଷା ଦିଗରେ ଗଛର ଆବଶ୍ୟକତା ଅଛି। ଏଥିପାଇଁ ନିଜର ଇଛାଶକ୍ତି ଓ ଅଧବ୍ୟସାୟ ବଳରେ ଯେକୌଣସି ପରିସ୍ଥିଟିରେ ଯେ କୌଣସି ସ୍ଥାନରେ ଗଛ କୁ ବଞ୍ଚାଇ ,ଲୋକ ମାନଙ୍କୁ ସଚେତନ ଓ ରୋଜାଗର ଦେଇପାରିବାର ଜ୍ଵଳନ୍ତ ଉଦାହରଣ ପାଲଟିଛି ଡାକ୍ତର ଦେବାଶିଷ ଙ୍କ ଏହି ଛାତ ଉପର ବଗିଚା।
ଯଦି ବଂଶାଇ ପ୍ରକ୍ରିୟାରେ ଆପଣ ମାନେ ନିଜର ଘର ଛାତ ପରେ ଗଛ ଲଗାଇ ଏହାକୁ ବିକ୍ରି କରିବା ପାଇଁ ଚାହୁଁଛନ୍ତି ତେବେ ଡାକ୍ତର ଦେବାଶିଷ ପ୍ରଧାନଙ୍କ ମତାମତ ନେଇ ପାରିବେ। ତାଙ୍କ ମୋବାଇଲ୍ ନଂ ହେଉଛି: 9776934588