ସରିଲା ନିର୍ବନ୍ଧ, କିଛି ଦିନରେ ବିବାହ ବନ୍ଧନରେ ବାନ୍ଧି ହେବେ ସମଲିଙ୍ଗୀ ଡାକ୍ତର

ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ଅନୁଭବ ଯାହା ଦୁଇଟି ହୃଦୟକୁ ମିଳନ କରେ। ପ୍ରେମ ମାନେନି ଜାତି, ଲିିଙ୍ଗ ଓ ଭେଦଭାବ, ପ୍ରେମ ନା ଦେଖେ କୌଣସି ବୟସ ନା ବନ୍ଧନ। ପୂର୍ବରୁ ଧର୍ମ ଓ ଜାତିର ଭେଦଭାବ ମହିଳା ଓ ପୁରୁଷଙ୍କୁ ଅଲଗା କରିବା ପାଇଁ ବ୍ୟବହୃତ ହେଉଥିଲା। ଏହା ପରେ ସମଲିଙ୍ଗୀ ବିବାହର ବିରୋଧ ଆରମ୍ଭ ହେଲା। କିନ୍ତୁ ପରେ ଏହାକୁ ଅନେକ ଦେଶ ମଧ୍ୟ ସ୍ୱୀକୃତି ଦେଇଥିଲେ। ଏହା ପରେ ଆପଣ ନିଶ୍ଚୟ ଏପରି ଅନେକ ଖବର ଶୁଣିଥିବେ ଯେ ଲୋକମାନେ ପରସ୍ପର ସମଲିଙ୍ଗୀ ବିବାହ କରିବାର। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିବାହ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ପାର ହୋଇଯିବ।

ସେହିପରି  ନାଗପୁରରେ ଦୁଇ ମହିଳାଙ୍କ ନିର୍ବନ୍ଧ ଶେଷ ହୋଇଛି। ଖୁବ ଶୀଘ୍ର ଗୋଆରେ ହେବାକୁ ଯାଉଛି ଡେଷ୍ଟିନେସନ େଓ୍ଵଡିଂ। ନାଗପୁରର ଦୁଇ ଡାକ୍ତର ସୁରଭି ମିତ୍ର ଓ ପାରୋମିତା ମୁଖାର୍ଜି ନିର୍ବନ୍ଧ କରିଛନ୍ତି। ନାଗପୁରରେ ଦୀପାବଳି ଅବସରରେ ଉଭୟଙ୍କ ଭେଟ ହୋଇଥିଲା। ପ୍ରଥମ ଦେଖାରେ ଦୁହେଁ ପ୍ରେମରେ ପଡିଯାଇଥିଲେ। ଧୀରେ ଧୀରେ ସମ୍ପର୍କ ସୁଦୃଢ ହୋଇଥିଲା। ପରେ ବିବାହ କରିବାକୁ ଯୋଜନା କରିଥିଲେ। ସାତ ଜନମର ସାଥୀ ହେବେ ଦୁଇ ମହିଳା । ଆଗକୁ ସାରା ଜୀବନ ପାଇଁ ଏକାଠି ରହିବାକୁ ମନସ୍ଥ କରିଛନ୍ତି ଉଭୟ । ରୀତିନୀତି ଅନୁଯାୟୀ ନେବେ ସାତ ଫେରା। ଧୂମ୍‌ଧାମ୍‌ ହେବ ପୁଣି ଗୋଟେ ସମଲିଙ୍ଗୀ ବିବାହ। ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କେବଳ ସେତିକି ନୁହେଁ ଦୁଇ ଜଣଙ୍କ ପରିବାର ମଧ୍ୟ ଖୁସି ଖୁସି ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରିଛନ୍ତି। ତେବେ ଏହି ସବୁ ଖବର ଶୁଣିବା ମାତ୍ରେ ଅନୁଭବ ହେଉଛି ଯେ, ସମାଜରେ ହେଉଥିବା ପରିବର୍ତ୍ତନକୁ ଲୋକଙ୍କ ମଞ୍ଜୁରୀ ମିଳିଲାଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.