ପ୍ରତିଦିନ ପଢନ୍ତୁ ହନୁମାନ ଚାଳିଶା, କରଜରୁ ମିଳିବ ମୁକ୍ତି ଆଉ ବଢିବ ଆତ୍ମବିଶ୍ୱାସ

ରାମ ଭକ୍ତ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ। ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ କଷ୍ଟ ଦୂର କରିଥାନ୍ତି। ତାଙ୍କ କୃପାରୁ ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି, କାମ ହେଉ ହେଉ ବନ୍ଦ ହୋଇଯାଉଛି, ସମାଜରେ ସମ୍ମାନ ମିଳୁନାହିଁ। ତେବେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିପାରିବେ। ମଙ୍ଗଳବାର ଦିନ ହନୁମାନଙ୍କର ଦିନ। ଏହି ଦିନ ହନୁମାନ ଚାଳିଶା ପାଠ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କ’ଣ ଲାଭ ମିଳିଥାଏ, ଆସନ୍ତୁ ଜାଣିବା….

ଆର୍ଥିକ ସମସ୍ୟା ଦୂର ହୋଇଥାଏ :

ଯଦି ଆପଣ କରଜରେ ବୁଡି ରହିଛନ୍ତି ଆଉ ଯେତେ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଆପଣଙ୍କ ସ୍ଥିତିରେ ସୁଧାର ଆସୁନାହିଁ, ତେବେ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଆପଣ କେବଳ କରଜରୁ ନୁହେଁ ବରଂ ଆପଣଙ୍କ ଆୟ ଧୀରେ ଧୀରେ ବଢିବାକୁ ଲାଗିବ।

ଆତ୍ମବିଶ୍ୱାସ ବଢିବ:

ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ମଙ୍ଗଳବାର ଦିନ କିମ୍ବା ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ନିଜ ଭିତରେ ଆତ୍ମବିଶ୍ୱାସ ଅଭୂତପୂର୍ବ ଭାବେ ଦେଖିବାକୁ ମିଳିଥାଏ। ଆତ୍ମବିଶ୍ୱାସ ଆସିବା ଦ୍ୱାରା ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।

hanumanji
photo credit: facebook

ଭୟ ଦୂର ହେବ:

ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜାତକରେ ଥିବା ଭୟରୁ ମୁକ୍ତି ପ୍ରାପ୍ତ ହୋଇଥାଏ। ଜୀବନରେ ଆସୁଥିବା ଛୋଟ ଛୋଟ ପରିବର୍ତ୍ତନ ଏବଂ ଅଜ୍ଞାତ ଶକ୍ତିରୁ ଲାଗୁଥିବା ଭୟ ସମାପ୍ତ ହୋଇଥାଏ। ଜାତକ ଭୟ ଦୂର ହେବା ଦ୍ୱାରା ସୁଖମୟ ଜୀବନ ଅତିବାହିତ କରିପାରିବେ।

ରୋଗ ମୁକ୍ତ:

ହନୁମାନ ଚାଳିଶାରେ ପ୍ରଭୁ ହନୁମାନ କିଭଳି ରୋଗ ଓ କଷ୍ଟରୁ ରକ୍ଷା କରିଥାନ୍ତି, ତାହା ବର୍ଣ୍ଣନା କରାଯାଇଛି। ଯିଏ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବ, ସେ ରୋଗରୁ ରକ୍ଷା ପାଇବ।

କୁଦୃଷ୍ଟି ନ ପଡିବା:

ଶ୍ରୀ ହନୁମାନ ନିଜ ଭକ୍ତଙ୍କୁ କୁଦୃଷ୍ଟିରୁ ରକ୍ଷା କରନ୍ତି। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜାତକ ଉପରେ ଥିବା ଖରାପ ପ୍ରଭାବ ଦୂର ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.