ରାଜ୍ୟରେ ପୁଣି ୧୭ଶହ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୭୩୪ ନୂଆ ପଜିଟିଭ୍ କେସ୍

କେନ୍ୟୁଜ୍(ବ୍ୟୁରୋ): ପୁଣି ୧୭ ଶହ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ ୧୭୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବଭାଗ। ଏଥିରୁ କ୍ବାରେଣ୍ଟାଇନ କେସ୍ ରହିଛି ୧୦୭୫, ଓ ଲୋକାଲ କେସ୍ ରହିଛି ୬୫୯। ଆଜି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଗ୍ରେ ଅଛି ଖୋର୍ଦ୍ଧା ଜିଲ୍ଲା। ସର୍ବନିମ୍ନରେ ଅଛି ଅନୁଗୁଳ ଜିଲ୍ଲା। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୪, ବାଲେଶ୍ବରର ୭୩, ବରଗଡର ୫୧, ଭଦ୍ରକର ୫୮, ବଲାଙ୍ଗିରର ୬, କଟକର ୧୭୭, ଦେବଗଡର ୫ ଢେଙ୍କାନାଳର ୨୯, ଗଜପତିର ୮୫, ଗଞ୍ଜାମର ୨୨୨, ଜଗତସିଂହପୁରର ୧୨ ଜଣ ଆକ୍ରାନ୍ତ ହୋଇଛନ୍ତି।

ସେହିଭଳି ଯାଜପୁରର ୩୮, ଝାରସୁଗୁଡାର ୬, କଳାହାଣ୍ଡିର ୨୪, କନ୍ଧମାଳର ୫୯, କେନ୍ଦ୍ରାପଡାର ୨, କେନ୍ଦୁଝରର ୨୭, ଖୋର୍ଦ୍ଧାର ୩୪୨, କେରାପୁଟର ୬୦, ମାଲକାନଗିରିର ୫୨, ମୟୂରଭଞ୍ଜର ୩୫, ନବରଙ୍ଗପୁର ୧୩, ନୟାଗଡର ୧୦୬, ନୂଆପଡାର ୨୨, ପୁରୀର ୫୫, ରାୟଗଡାର ୧୮, ସମ୍ବଲପୁରର ୧୪, ସୋନପୁରର ୧୩, ସୁନ୍ଦରଗଡର ୧୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତମାନଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୫୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏ ମଧ୍ୟରୁ ୩୦୨୪୧ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ଆକ୍ଟିଭ କେସ୍ ରହିଛି ୧୫୩୬୫।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.