କମ ଦରରେ ପାଆନ୍ତୁ ଦମଦାର ଫିଚର ଥିବା ଫୋନ, ଆଜିଠୁ ଭାରତୀୟ ବଜାରରେ ଆରମ୍ଭ ହେଉଛି ସେଲ

48 MP କ୍ୟାମେରା ଓ 5000 mAH ବ୍ୟାଟେରୀର ଇନଫିନିକ୍ସ Hot 9 Pro ସ୍ମାର୍ଟଫୋନ ଭାରତୀୟ ବଜାରରେ ଆଜିଠୁ ସେଲ ଆରମ୍ଭ ହେବାକୁ ଯାଉଛି । ଗ୍ରାହକ ମାନେ ଏହି ଫୋନକୁ ଅନଲାଇନ ସପିଙ୍ଗ ୱେବସାଇଟ ଯେମିତିକି ଫ୍ଲିପକାର୍ଟ ଜରିଆରେ ଆଜି ଦିନ 12 ଟା ପରଠାରୁ ଅର୍ଡର କରିପାରିବେ । ଏହି ଫୋନର ଟକ୍କର ଓ ରିଏଲ୍ମ ସହ ହେବ ବୋଲି ଜଣାଯାଇଛି । ଯେଉଁ ମାନେ କମ ରେଞ୍ଜରେ ବଡ ଡିଷ୍ପ୍ଲେର ଫୋନ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଖୁବ ଲାଭଦାୟକ ହେବ । ସ୍ମାର୍ଟଫୋନର ଏକ ଭ୍ୟାରୀଆଣ୍ଟ 4 GB ରାମ ଓ 64 GB ଷ୍ଟୋରେଜ ସହ ଉପଲବ୍ଧ ହୋଇପାରିବ । ଫୋନର ମୂଲ୍ୟ କମ୍ପାନୀ ତରଫରୁ ୧୦,୪୯୯ ଟଙ୍କା ରଖାଯାଇଥିବା ନେଇ ରିପୋର୍ଟ ଆସିଛି । ଏହି ଫୋନ ଭାଓଲେଟ ଓ ଓସନ ୱେବ କଲରରେ ଉପଲବ୍ଧ ହେବ ।

Infinix Smart 4 Plus with 6000mAh battery launched at Rs 7,999 ...

କଣ ରହିଛି ବିଶେଷତା:

ଏହି ଫୋନରେ 6.6 ଇଂଚର ଏକ ପାଂଚ ହୋଲ ବିଶିଷ୍ଟ ଡିଷ୍ପ୍ଲେ ସୁବିଧା ମିଳୁଛି । ଯାହାର ରିଜୋଲୁସନ 1600 x 720 ପିକସଲ ପର୍ଯ୍ୟନ୍ତ ରହିବ । 4 GB ରାମ ଓ 64 GB ଷ୍ଟୋରେଜରେ ଆସୁଥିବା ଏହି ଫୋନରେ ମିଡିୟାଟେକ ହିଲିୟୋ ପି 22 ପ୍ରୋସେସର ସୁବିଧା ମଧ୍ୟ ମିଳିପାରିବ । ମାଇକ୍ରୋ ଏସ୍ଡି କାର୍ଡ ଜରିଆରେ ଷ୍ଟୋରେଜ ଫ୍ୟାସିଲିଟିକୁ 256 ଯିବି ପର୍ଯ୍ୟନ୍ତ ବଢ଼ା ଯାଇପାରିବ । ପାଞ୍ଚ ହୋଲ ଡିଷ୍ପ୍ଲେର ଏହା ହେଉଛି ସବୁଠୁ ଶସ୍ତା ଫୋନ । ପାୱାର ପାଇଁ ଏଥିରେ 5000 mAhବ୍ୟାଟେରୀ ସୁବିଧା ବି ଦିଆଯାଇଛି । ଆଣ୍ଡ୍ରଏଡ଼ 10 ଅପରେଟିଙ୍ଗ ସିଷ୍ଟମ ଜରିଆରେ କାମ କରୁଥିବା ଏହି ସ୍ମାର୍ଟ ଫୋନରେ ରିୟର ମାଉଁଟେଡ଼ ଫିଙ୍ଗରପ୍ରିଣ୍ଟ ସେନ୍ସର ସୁବିଧା ବି ଦିଆଯାଇଛି ।

କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ 48 MPର କୱାଡ କ୍ୟାମେରା ସେଟଅପ ସୁବିଧା ଉପଲବ୍ଧ ଅଛି । ଏଥିରେ 48 ମେଗା ପିକସଲ ପ୍ରାଇମେରୀ ସେନ୍ସର ସହ 2 ମେଗାପିକସଲର ମାକ୍ରୋ ସେନ୍ସର, 2 ମେଗା ପିକସଲ ଡେ଼ପଥ ସେନ୍ସର ଓ ଏକ ଲୋ- ଲାଇଟ ସେନ୍ସର ସୁବିଧା ବି ଦିଆଯାଇଛି । ସେଲ୍ଫି ପାଇଁ ଏଥିରେ 8 ମେଗା ପିକଶାଲା ଫ୍ରଣ୍ଟ କ୍ୟାମେରା ସୁବିଧା ମଧ୍ୟ ଉପଲବ୍ଧ ଅଛି । କନେକ୍ଟିଭିଟି ପାଇଁ ଏଥିରେ 4 G VoLTE, ବଳୁଟୁଥ ଭର୍ଜନ 5.0, ୱାଇଫାଇ, ୟୁଏସବି ପୋର୍ଟ, ଜିପିଏସ ପରି ଅପସନ ମାନ ବି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.