Below header

ବିଶ୍ୱର ଚତୁର୍ଥ ଧନୀବ୍ୟକ୍ତି ସାଜିଲେ ମୁକେଶ ଅମ୍ବାନୀ, ଏମାନଙ୍କୁ ପଛରେ ପକାଇଲେ

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଫ୍ରାନ୍ସର ବର୍ନାର୍ଡ ଆରନଲ୍ଡଙ୍କୁ ପଛରେ ପକାଇ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି। ମୁକେଶଙ୍କ ନିଟ୍ ସମ୍ପତ୍ତି ୮୦.୬ ବିଲିଅନ୍ ଡଲାରରେ ପହଞ୍ଚିଛି। ଚଳିତବର୍ଷ ସେ ତାଙ୍କ ସମ୍ପତ୍ତିରେ ୨୨ ବିଲିଅନ ଡଲାର ଯୋଡ଼ିବାରୁ ତାଙ୍କ ସମ୍ପତ୍ତି ଏହି ସ୍ତରରେ ପହଞ୍ଚି ପାରିଛି ବୋଲି ବ୍ଲୁମବର୍ଗ ବିଲିଅନେୟାର ସୂଚୀରୁ ଜଣାଯାଇଛି। ଏହି ତାଲିକାରେ ମୁକେଶଙ୍କ ଉପରେ କେବଳ ମାର୍କ ଜୁକରବର୍ଗ, ବିଲ ଗେଟସ୍‌ ଏବଂ ଜେଫ ବେଜୋସଙ୍କ ନାମ ରହିଛି।

ଭାରତର ଶୀର୍ଷ ଧନୀ ମୁକେଶ ଜଣକ ପରେ ଜଣେ ବିଶ୍ବର ପ୍ରମୁଖ ଧନୀବ୍ୟକ୍ତିମାନଙ୍କୁ ପଛରେ ପକାଇ ଚାଲିଛନ୍ତି। ନିକଟରେ ସେ ଟେସଲା କମ୍ପାନି ପ୍ରତିଷ୍ଠାତା ଏଲନ ମସ୍କ ଏବଂ ଆଲଫାବେଟ୍ କମ୍ପାନିର ସହପ୍ରତିଷ୍ଠାତା ଲାରି ପେଜ୍ ଓ ସର୍ଗି ବିନ୍ ଏବଂ ବିଶିଷ୍ଟ ନିବେଶକ ୱାରେନ ବଫେଟ୍ଙ୍କୁ ଅତିକ୍ରମ କରିଥିଲେ।

mark

ଫେସବୁକ୍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏକ ବିରଳ ଧନୀବ୍ୟକ୍ତିଙ୍କ କ୍ଲବରେ ସାମିଲ ହୋଇଛନ୍ତି। ସେୟାର ବଜାରରେ ଫେସବୁକର ସେୟାରମୂଲ୍ୟ ଗତ ଗୁରୁବାର ୬.୫ ପ୍ରତିଶତ ବଢ଼ିବା ପରେ ଜୁକରବର୍ଗଙ୍କ ନିଟ୍ ସମ୍ପତ୍ତି ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାର ଟପିଛି। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍‌ ଗେଟସଙ୍କ ସମ୍ପତ୍ତି ୧୨୧ ଅରବ ଡଲାର ରହିଛି।

Jeff Bezos

ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୭.୫ ଅରବ ଡଲାର ବୃଦ୍ଧି ପାଇଛି। ପ୍ରଥମ ସ୍ଥାନରେ ଆମାଜନର ସିଇଓ ଜେଫ ବେଜୋସଙ୍କ ନାମ ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୮୭ ଆରବ ଡଲାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.