ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ, ବିଦେଶୀ ଉପକରଣ ଆମଦାନୀ ଉପରେ ଲାଗିଲା ବ୍ୟାନ

ଆଜି ପୂର୍ବାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବାକୁ ଓ ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହ୍ବାନ ଦେଇଛନ୍ତି । ଏଣିକି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବ । ବିଦେଶରୁ ୧୦୧ ଉପକରଣର ଆମଦାନୀ ଉପରେ ବ୍ୟାନ୍‌ ଲଗାଇଲେ କେନ୍ଦ୍ର ସରକାର । ଭାରତରେ ପ୍ରତିରକ୍ଷା ଉତ୍ପାଦନ ବଢ଼ାଯିବ । ଆସନ୍ତା ୬ରୁ ୭ ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷରିତ ହେବ । ଏଣିକି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀକରଣକୁ ହିଁ ଗୁରୁତ୍ୱ ଦିଆଯିବ ।

କେବଳ ସହଜ ବସ୍ତୁ ନୁହେଁ, ଆର୍ଟିଲାରୀ ଗନ୍‌, ଆସଲଟ ରାଇଫଲ, ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ, ରାଡାର ଭଳି ଉପକରଣ ମଧ୍ୟ ଭାରତରେ ହିଁ ପ୍ରସ୍ତୁତ କରାଯିବ । ୨୦୨୦ରୁ ୨୦୨୪ ମଧ୍ୟରେ ଧୀରେ ଧୀରେ ଏହା ଲାଗୁ କରାଯିବ । ଆତ୍ମନିର୍ଭର ଉପରେ ଏହା ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି ରାଜନାଥ ସିଂ । ଏହାଦ୍ୱାରା ଭାରତୀୟ ମାନୁଫାକଚରିଂ କମ୍ପାନି ଗୁଡିକୁ ବଡ଼ ସୁଯୋଗ ମିଳିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.