ପ୍ରାଣଘାତୀ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ରାଜ୍ୟର ୧୩ ଜୀବନ ନେଇଛି ଏହି କିଲର ଭାଇରସ

କେନ୍ୟୁଜ୍(ବ୍ୟୁରୋ):  କରୋନା ମୃତ୍ୟୁରେ  ଲାଗୁନି ବ୍ରେକ୍। ସପ୍ତାହେ ଧରି ୧୦ ଉପରକୁ ରହୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ୧୩ ଜଣ ଏହି  କିଲର ଭାଇରସରେ ପ୍ରାଣ  ହରାଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। କୋଭିଡ ଜନିତ ମୃତ୍ୟୁରେ ଅଛନ୍ତି :-

୧-ବାଲେଶ୍ବରର ଜଣେ ୮୧ ବର୍ଷୀୟ ପୁରୁଷ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ  କିଡନୀ ରୋଗରେ ପୀଡିତ ଥିଲେ।

୨-ଭୁବନେଶ୍ବରର ୫୨ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁ ବରଣ କରିଛନ୍ତି। ସେ ଡାଇବେଟିସ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ ଓ ପୁରୁଣା ହାର୍ଟ ରୋଗରେ ପୀଡିତ ଥିଲେ।

୩-ଖୋର୍ଦ୍ଧା ଜିଲ୍ଲାର ୬୦ ବର୍ଷୀୟ ଜଣେ ବ୍ୟକ୍ତି ଏହି କୋଭିଡରେ ମୃତ୍ୟୁବରଣ କରିଛନ୍ତି ଯିଏ ଉଚ୍ଚରକ୍ତଚାପରେ ପୀଡିତ ଥିଲେ।

୪-କୋରାପୁଟର ୪୭.୬୫ ବର୍ଷୀୟ ପୁରୁଷ ଏହି କରୋନାରେ ମୃତ୍ୟୁବରଣ କରିଛନ୍ତି। ଏମାନେ ଡାଇବେଟିସରେ ପୀଡିତ ଥିଲେ।

୫-ବରଗଡର ଜଣେ ୩୯ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି । ସେ ଡାଇବେଟିସରେ ପୀଡିତ ଥିଲେ।

୬-ନୟାଗଡର ୬୦ ବର୍ଷୀୟ ପୁରୁଷ ଏହି କରୋନାରେ ମୃତ୍ୟୁବରଣ  କରିଛନ୍ତ। ପୂର୍ବରୁ ସେ ଡାଇବେଟିସରେ ପୀଡିତ ଥିଲେ।

୭-ଗଞ୍ଜାମର ୬୫ ବଷୀୟ ବ୍ୟକ୍ତି ଏହି କରୋନାରେ ମୃତ୍ୟୁବରଣ  କରିଛନ୍ତି। ଯାହାଙ୍କର ଡଇବେଟିସ ସାଙ୍ଗକୁ ଉଚ୍ଚରକ୍ତଚାପ ଥିଲା।

୮-ଗଞ୍ଜାମର ୪୦ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ  କରିଛନ୍ତି। ଯାହାଙ୍କର ଡାଇବେଟିସ ଥିଲା ।

୯-ଗଞ୍ଜାମର ୬୦ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ  କରିଛନ୍ତି। ଯାହାଙ୍କର ଡାଇବେଟିସ ଥିଲା।

୧୦-ଗଞ୍ଜାମର ୬୬ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ  କରିଛନ୍ତି। ଯାହାଙ୍କର ଡାଇବେଟିସ ଥିଲା।

୧୧-ଗଞ୍ଜାମର ୬୬ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ  କରିଛନ୍ତି। ଯାହାଙ୍କର ଡାଇବେଟିସ ଥିଲା।

୧୨-ଗଞ୍ଜାମର ୩୭ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ  କରିଛନ୍ତି। ପୂର୍ବର ଏହି ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୩-ଗଞ୍ଜାମର ୫୦ ବର୍ଷୀୟ ବ୍ୟକ୍ତିଙ୍କର ଏହି କରୋନାରେ ମୃତ୍ୟୁ ହୋଇଛି। ପୂର୍ବରୁ ତାଙ୍କର ଡାଇବେଟିସ ଥିଲା।

ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା   ୨୭୨ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.