Below header

ବିବାହ ବନ୍ଧନରେ ବାନ୍ଧି ହେଲେ ରାଣା ଡଗ୍ଗୁବତୀ ଏବଂ ମିହିକା, ସୋସିଆଲ ମିଡିଆରେ ଘୁରିବୁଲୁଛି ଫଟୋ

‘ବାହୁବଳୀ’ ଫେ୍ମ ରାଣା ଡଗ୍ଗୁବତୀ ଲେଡି ଲଭ୍ ମିହିକା ବଜାଜଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହାଇଦ୍ରାବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡ଼ି ପରମ୍ପରାରେ ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି।

ଏହି ବିବାହକୁ ନେଇ ରାଣାଙ୍କ ଫ୍ୟାନ୍ସମାନେ ପ୍ରତୀକ୍ଷା କରିଥିଲେ । କରୋନା ମହାମାରୀ ଯୋଗୁଁ ମାତ୍ର ୩୦ଜଣଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ରାଣାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ରାଣା ଡଗ୍ଗୁବତୀ ଓ ମିହିକା ଲକଡାଉନ୍ ସମୟରେ ନିଜ ନିର୍ବନ୍ଧ ନେଇ ଖବର ଦେଇ ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ । ଉଭୟଙ୍କ ଯୋଡି ବହୁତ ସୁନ୍ଦର ଲାଗୁଛି ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଉଭୟ ଟ୍ରାଡିସନାଲ୍ ଡ୍ରେସରେ ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.