ସମଗ୍ର ଦେଶର କରୋନା ଅପଡେଟ:  ୨୪ ଘଣ୍ଟାରେ ୬୪,୩୯୯ ଆକ୍ରାନ୍ତ ଓ ୮୬୧ ମୃ‌ତ

କେନ୍ୟୁଜ୍(ବ୍ୟୁରୋ):  ଆଜି ସବୁ ଦିନର ରେକର୍ଡ ଭାଙ୍ଗିଛି କରୋନା।  ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨୧ଲକ୍ଷ ୫୩ ହଜାର ୧୧କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଏହି ସୂଚନା ଦିଆଯାଇଛି ।  ୨୪ଘଣ୍ଟାରେ ସର୍ବାଧିକ ୬୪,୩୯୯ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା କମ ହୋଇଥିବା ବେଳେ ଆଜି ୨୪ଘଣ୍ଟା‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୦୦୦ ପାର କରିଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୦୮୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୩୩୭୯ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡ଼ିଥିବା ୬୪,୪୦୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭୪୭ ରହିଛି। ୨୪ ଘଣ୍ଟାରେ ୮୬୧ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.