ରାଜଧାନୀ ଭୁବନେଶ୍ବରରୁ ରାଜଧାନୀରୁ ଆଜି ୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୯୨

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରୁ ରାଜଧାନୀରୁ ଆଜି ୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ୨୦ ହଜାର ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିଭଳି ଆଜି ଭୁବନେଶ୍ବରରୁ ୩୯୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୭୦ ଜଣ ଓ ଲୋକାଲ କଣ୍ଟାକ୍ଟ  କେସରୁ ୨୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  କ୍ବାରେଣ୍ଟାଇନରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୟୁନିଟ-୪, ପଟିଆ, ବ୍ରହ୍ମେଶ୍ୱରପାଟଣା, ଜଗନ୍ନାଥ ବିହାରରୁ ୪ ଜଣ ଲେଖାଏଁ  ଆକ୍ରାନ୍ତ   ।

ଲୋକାଲ କଣ୍ଟାକ୍ଟ  କେସ ମଧ୍ୟରେ ପଟିଆରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଅଛନ୍ତି । ନୟାପଲ୍ଲୀରୁ ୧୧ ଜଣ, ୟୁନିଟ-୯ରୁ ୧୦ ଜଣ, ମରମୁଣ୍ଡାରୁ ୮ ଜଣ, ରସୁଲଗଡ଼, ଚନ୍ଦ୍ରଶେଖରପୁରରୁ ୭-୭ ଜଣ, ପଳାଶୁଣୀ, କଳାରାହଙ୍ଗ, ଶୈଳଶ୍ରୀ ବିହାରରୁ ୬ ଜଣ ଲେଖାଏଁ, ଭୀମଟାଙ୍ଗୀ, ବମିଖାଲରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।