ରାଜ୍ୟରେ ଆଜି  ସୁସ୍ଥ ହେଲେ ଆଉ ୩୩୮୫ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଦିନକୁ ଦିନ ବୃଦ୍ଧି ପାଉଛି କରୋନାରୁ ସୁସ୍ଥ ସଂଖ୍ୟା । ରାଜ୍ୟରେ ଆଜି  ସୁସ୍ଥ ହୋଇଛନ୍ତି ଆଉ ୩୩୮୫ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ  ମୋଟ ୮ ଲକ୍ଷ ୭୦ ହଜାର ୭୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ସୂଚନା  ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୦୮ ଜଣ ରହିଛନ୍ତି ।

ସେହିପରି ଯାଜପୁରରୁ  ୪୦୬,ଖୋର୍ଦ୍ଧାରୁ ୪୦୨, ପୁରୀରୁ ୨୩୪, ମୟୁରଭଞ୍ଜରୁ ୨୨୮, ବାଲେଶ୍ବରରୁ ୨୧୯, ଅନୁଗୁଳରୁ ୧୪୭, ଭଦ୍ରକରୁ ୧୪୧, ନୟାଗଡରୁ ୧୨୮, ଜଗତସିଂହପୁରରୁ ୧୨୫, କେନ୍ଦ୍ରାପଡାରୁ ୧୧୮, କୋରାପୁଟରୁ ୧୦୯, ମାଲକାନଗିରି ୭୩, ସୁନ୍ଦରଗଡ଼ରୁ ୭୨, ରାୟଗଡାରୁ ୪୮, ବରଗଡରୁ ୪୭, ନବରଙ୍ଗପୁରରୁ ୪୭,କନ୍ଧମାଳରୁ ୪୩,ବଲାଙ୍ଗିରରୁ ୩୭, ଢେଙ୍କାନାଳରୁ ୩୫, କଳାହାଣ୍ଡିରୁ ୩୫,ସୋନପୁରରୁ ୩୨,ବୌଦ୍ଧରୁ ୩୧, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୯,ଝାରସୁଗୁଡାରୁ ୧୯, ନୂଆପଡାରୁ ୧୮, ଗଞ୍ଜାମରୁ ୧୭, ଗଜପତିରୁ ୧୪,ଦେବଗଡ଼ରୁ ୧୧, ଷ୍ଟେଟପୁଲରୁ ୮୨ ଜଣ  କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.