Below header

ରାଜଧାନୀ ଭୁବନେଶ୍ବରରୁ ଆଜି  ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୪୦୬ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ ଆଜି  ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ଅଛନ୍ତି ୭୬ ଜଣ।  ସେହିଭଳି ଲୋକାଲ କଣ୍ଟାକ୍ଟ  କେସରୁ  ୨୮୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଆଜି ୪୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ  ସୂଚନା ଦିଆଯାଇଛି ।

ବିଏମସି ସୂଚନା ମୁତାବକ ଆଜି ଭୁବନେଶ୍ୱରର କ୍ବାରେଣ୍ଟାଇନରୁ ଚିହ୍ନଟ ସମସ୍ତ ୭୬ ଜଣ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ଏକ ଘରୋଇ ହସ୍ପିଟାଲରୁ ୧୦ ଜଣ, ଖଣ୍ଡଗିରିରୁ ୭ ଜଣ, ଅନ୍ୟ ଜିଲ୍ଲାରୁ ୬ ଜଣ, ନୟାପଲ୍ଲୀରୁ ୬ ଜଣ କରୋନା ଆକ୍ରାନ୍ତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.