ଭାରତକୁ ଆସିବ ଋଷର ୧୦ କୋଟି କୋଭିଡ ଟିକା ସ୍ଫୁଟନିକ୍‌-V, ଡ. ରେଡ୍ଡୀଜ୍‌ ଲ୍ୟାବ ଓ ଋଷ କମ୍ପାନୀ RDIF ମଧ୍ୟରେ ରାଜିନାମା

ଏବର୍ଷ ଶେଷ ବେଳକୁ ଋଷର କୋଭିଡ ଟିକା ସ୍ଫୁଟନିକ୍‌-V  । ଭାରତକୁ ୧୦ କୋଟି ଟିକା ଡୋଜ ଯୋଗାଇବ ଋଷ । ଭାରତରେ ରେଗୁଲେଟୋରୀ ଅନୁମତି ମିଳିବା ପରେ ରୁଷ ଯୋଗାଇବ ୧୦ କୋଟି ଡୋଜ୍‌ ଟିକା । ଏନେଇ ଭାରତର ଡ. ରେଡ୍ଡୀଜ୍‌ ଲ୍ୟାବ ଓ ଋଷ କମ୍ପାନୀ RDIF ମଧ୍ୟରେ ରାଜିନାମା ହୋଇଛି । ସ୍ପୁଟନିକ -V ର ଫେଜ୍‌-୧ ଓ ଫେଜ୍‌-୨ର ଟ୍ରାଏଲ ସରିଛି । ଭାରତରେ ଏହାର ଫେଜ୍‌-୩ ଟ୍ରାଏଲ ହେବ । ରୁଷ ଓ ଭାରତୀୟ କମ୍ପାନୀର ମିଳିତ ସହଯୋଗରେ ଭାରତରେ ଟ୍ରାଏଲ ହେବ । ଏହି ସୂଚନା ଦେଇଛନ୍ତି ଡ.ରେଡ୍ଡୀଜ୍‌ ଲ୍ୟାବର CMD ଜି.ଭି ପ୍ରସାଦ । ପୂର୍ବରୁ ସ୍ପୁଟନିକ -V ର ପ୍ରଥମ ଓ ଦ୍ୱିତୀୟ ଫେଜ୍‌ ଟ୍ରାଏଲ ସଂପର୍କିତ ରିପୋର୍ଟ ଭାରତରକୁ ଦେଇଥିଲା ରୁଷ।

ସେପଟେ ପୁଣି ଭାରତରେ ଅକ୍ସଫୋର୍ଡ କରୋନା ଭ୍ୟାକ୍ସିନ କ୍ଲିନିକାଲ  ଟ୍ରାଏଲ ଆରମ୍ଭ ହେବ । ଏଥିପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ-ଡିସିଜିଆଇ ଅନୁମତି ଦେଇଛି ।  ବ୍ରିଟେନରେ ଟିକା ଟ୍ରାଏଲ ବେଳେଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇପଡ଼ିବାରୁ ଭାରତରେ ଏହି ଭ୍ୟାକ୍ସିନ ଟ୍ରାଏଲ ଉପରେ ରୋକ ଲାଗିଥିଲା । ଏବେ ଡିସିଜିଆଇ ଫେଜ ଟୁ ଓ ଥ୍ରି ଟ୍ରାଏଲ ଉପରେ ପ୍ରତିବନ୍ଧକକୁ ହଟାଇଦେଇଛନ୍ତି । ସ୍କ୍ରିନିଂ ବେଳେ ଅଧିକ ସୁରକ୍ଷା ନେବା , ନକାରାତ୍ମକ ପ୍ରଭାବ ଉପରେ ତୀକ୍ଷଣ ନଜର ରଖିବାକୁ ସେରମ ଇନଷ୍ଟିଚ୍ୟୁଟକୁ କୁହାଯାଇଛି । ଭାରତରେ ଅକ୍ସଫୋର୍ଡ ଭ୍ୟାକ୍ସିନର ବିକଶିତ କରୁଛି ସେରମ ଇନଷ୍ଟିଚ୍ୟୁଟ । ଟିକା ବଜାରକୁ ଆସିଲେ ଏହା କୋଭିସିଲଡ ନାମରେ ନାମିତ ହେବ । ସେରମ ଇନଷ୍ଟିଚ୍ୟୁଟ ୨୦ କୋଟି ଡୋଜ ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି। ଏହାର ଦାମ୍‌ ୧ ହଜାର ଟଙ୍କା ରହିବ । COVISHIELD ଟିକା ବିକାଶ କ୍ଷେତ୍ରରେ ଅକ୍ସଫୋର୍ଡ ସହ ମିଶି କାମ କରୁଛି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.