Below header

ଜୋତା ପିନ୍ଧି ଆଖି ପିଛୁଳାକେ ଦୋକାନରୁ ଖସି ପଳାଇଲେ ଯୁବକ, ଡରିଗଲେ ସେଲସମ୍ୟାନ, ଦେଖନ୍ତୁ ପୂରା Video

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଭିଡ଼ିଓକୁ ଦେଖିଲେ ଲାଗିବ ଯେ ଯୁବକ ଜଣକ ସତରେ ଦୋକାନରୁ ଜୋତା ପିନ୍ଧି ଖସି ପଳାଉଛନ୍ତି। କିନ୍ତୁ ବାସ୍ତବରେ ସେମିତି କିଛି ହୋଇନି। ଭିଡ଼ିଓରେ ଦେଖିବାକୁ ମିଳୁଛି, ଜଣେ ଯୁବକ ଏକ ମଲରେ ଜୋତା ଦୋକାନକୁ ଜୋତା କିଣିବାକୁ ଆସିଛନ୍ତି। ଏହି ସମୟରେ ବିକ୍ରେତା ପଚାରୁଛନ୍ତି, ସେ କେଉଁଭଳି ଜୋତା କିଣିବାକୁ ଚାହୁଁଛନ୍ତି। ଯୁବକ କହୁଛନ୍ତି, ତାଙ୍କୁ ସ୍ପୋର୍ଟସ ଜୋତା ଦରକାର। ଏହାପରେ ସେଲସମ୍ୟାନ ଯୁବକଙ୍କ ପାଇଁ ସ୍ପୋର୍ଟସ ଜୋତା ନେଇକି ଆସୁଛନ୍ତି।

hhb

ଜୋତାକୁ ଯୁବକ ଜଣକ ବସିକି ପିନ୍ଧୁଛନ୍ତି। ପିନ୍ଧିସାରିବା ପରେ ଛିଡା ହୋଇଯାଉଛନ୍ତି ଏବଂ ଟିକେ warm-up କରୁଛନ୍ତି। ଜୋତା ପିନ୍ଧି ଏପଟ ସେପଟ ହେବା ପରେ ଆଖି ପିଛୁଳାକେ ସେଠୁ ଦୌଡ଼ି ପଳାଇ ଯାଉଛନ୍ତି। ସେଲସମ୍ୟାନ ମଧ୍ୟ ତାଙ୍କ ଆଡକୁ ଦୌଡୁଛନ୍ତି। ମଲରେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ତେବେ ଏହାରି ଭିତରେ ସେଲସମ୍ୟାନ ଅଟକି ଯାଉଛନ୍ତି। କାରଣ, ଜୋତା ପିନ୍ଧିଥିବା ଯୁବକ ଜଣକ ପୁଣି ଫେରିଆସୁଛନ୍ତି। ଏହାପରେ ସେଲସମ୍ୟାନ ବହୁତ ହସିବାକୁ ଲାଗୁଛନ୍ତି। ଭିଡ଼ିଓ ବହୁତ ମଜଳିଆ। ଏହାକୁ ସେବା ଅଧିକାରୀ ଅରୁଣ ବୋଥରା ଟୁଇଟରରେ ରିଟୁଇଟ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘କିଏ ବା ଏମିତି କରିଥାଏ। ବିଚରା ଟିକେ ଶାନ୍ତିରେ ନିଃଶ୍ୱାସ ନେଇଥିବ’। ଏହି ଭିଡ଼ିଓକୁ ଶତାଧିକ ଲାଇକ ଏବଂ କମେଣ୍ଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.