ଗଜପତି : ପାରଳାଖେମୁଣ୍ଡିରେ ଆଜି ଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ, ଆରଏମଆରସିର ୧୬ଜଣ ସଦସ୍ୟ କରୁଛନ୍ତି ସର୍ଭେ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ଆଜି ଓ କାଲି ଦୁଇ ଦିନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରେରିତ ଆରଏମଆରସି ଦଳ ମିଳିତ ଭାବେ ସର୍ଭେ କାମକରୁଛନ୍ତି । ଭୁବନେଶ୍ୱରରୁ ଆସିଥିବା ଆରଏମଆରସି ଦଳରେ ୧୬ଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ବୈଜ୍ଞାନିକ, ରିସର୍ଚ୍ଚ ଆସିଷ୍ଟାଣ୍ଟ, ଡାଟା ମେନେଜର, ଲାବରୋଟେରୀ ଟେକ୍‌ନିସିୟାନ, ସୁପରଭାଇଜର ରହିଛନ୍ତି ।

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ୧୬ଟି ୱାର୍ଡକୁ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇ ପ୍ରତ୍ୟେକ କ୍ଲଷ୍ଟରରେ ୫୦ଟି ରକ୍ତ ନମୂନା ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଆସିଥିବା ଆରଏମଆରସି ଦଳକୁ କିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଲାବରୋଟେରୀ ଟେକ୍‌ନିସିୟାନ ଓ ଷ୍ଟାଫ ନର୍ସଙ୍କୁ ନିୟୋଜିତ କରାଯାଇ ୫ଟି ଦଳରେ ବିଭକ୍ତ କରାଯାଇ ରକ୍ତ ନମୂନା ସଂଗ୍ରହ ଆରମ୍ଭ କରାଯାଇଛି । ତେବେ ଏହି ରକ୍ତ ନମୂନାରୁ ସିରମର ଟେଷ୍ଟ କରାଯାଇ କରୋନା ଦ୍ୱାରା କେତେ, କେଉଁ ସ୍ଥାନରେ, କେଉଁ ବର୍ଗରେ ଅଧିକା ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ଏଣ୍ଟିବଡି  କେତେ ହୋଇ ପାରିଛି ତାହାର ତଥ୍ୟ ବାହାରିବ ବୋଲି ଆରଏମଆରସି ଦଳର ନେତୃତ୍ୱ ନେଉଥିବା ବୈଜ୍ଞାନୀକ ଜୟସିଙ୍ଗ କ୍ଷେତ୍ରୀ ଜଣାଇଛନ୍ତି ।

ତେବେ ଏହି ନମୂନା ଗୁଡିକ ଭୁବନେଶ୍ୱର ପଠାଯିବ ଏବଂ ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଜଣାଯିବ ବୋଲି ଶ୍ରୀ କ୍ଷେତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.