Below header

ଷ୍ଟ୍ରେଚରରେ ପଡିପଡି କଙ୍କାଳ ହୋଇଗଲା ଶବ, ଭାଇରଲ ହେଉଛି ଦୋହଲାଇ ଦେଲାଭଳି ଫଟୋ

ଇନ୍ଦୋରର ସବୁଠାରୁ ବଡ ହସପିଟାଲରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି, ଯାହା ଆପଣଙ୍କୁ ମଧ୍ୟ ଦୋହଲାଇଦେବ। ହସପିଟାଲ ଶବଗୃହରେ ମାସ ମାସ ଧରି ଷ୍ଟ୍ରେଚରରେ ଶବ ରହି ଅନ୍ତିମ ସଂସ୍କାର ନ ହୋଇ କଙ୍କାଳ ହୋଇଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ହସପିଟାଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ମଧ୍ୟ କମ୍ପନ ସୃଷ୍ଟି କରିଛି। ଏହି ଖବା ପ୍ରଚାରିତ ହେବା ପରେ ସେଠାରୁ ତତ୍‌କାଳ କଙ୍କାଳକୁ ହଟାଇଦିଆଯାଇଛି।

ଇନ୍ଦୋର ସବୁଠାରୁ ବଡ ଏମବାୟ ହସପିଟାଲରେ ଶବ ଗୃହରେ ଏହିସବୁ ଶବ ପଡିରହିଥିଲା। କିନ୍ତୁ ଏହାର ଅନ୍ତିମ ସଂସ୍କାର ପାଇଁ କେହି ଆସିନଥିଲେ। ହସପିଟାଲ ପରିସରରେ ଦୁର୍ଗନ୍ଧ ହେବା ସତ୍ତ୍ୱେ ମଧ୍ୟ କେହି ବି ସେଥିପ୍ରତି ଧ୍ୟାନ ଦେଲେ ନାହିଁ। ହସପିଟାଲଟି କର୍ମଚାରୀଙ୍କଅବହେଳା ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଶବ ଗୃହରେ ପଡିଥିବା ଘୋଡାଇ ହୋଇ ରହିଥିବା ଏହି ଶବ ୧୫ରୁ ୨୦ ଦିନ ପୁରୁଣା। ଯାହା ଏବେ କଙ୍କାଳ ପାଲଟିଗଲାଣି। ଏହା ବିଷୟରେ କେହି କିଛି କହିବାକୁ ଅରାଜି।

hospital

ପ୍ରଶାସନ ନିଜ ଉପରୁ ଦୋଷ ହଟାଇବା ପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଉଛି। ଶବଗୃହରେ ୧୫ରୁ ଉର୍ଦ୍ଧ୍ୱ ଫ୍ରିଜର ରହିଛି। ଏମାନଙ୍କ ମଧ୍ୟରୁ କିଛି ବନ୍ଦ ମଧ୍ୟ ପଡିଛି। ଯଦି କୌଣସି ଅଜାଣତ ଶବ ପୋଲିସ ଜବତ କରେ, ତାକୁ ବ୍ୟବଛ୍ଛେଦ ପାଇଁ ଏହି ହସପିଟାଲକୁ ଅଣାଯାଏ। ବ୍ୟବଚ୍ଛେଦ ପରେ ଏହାକୁ ତିନି ଦିନ ପର୍ଯ୍ୟନ୍ତ ରଖାଯାଏ। ଏହା ମଧ୍ୟରେ ଶବର ପରିଚୟ ଯଦି ନ ମିଳିଲା ତେବେ ଏନଜିଓ ଦ୍ୱାରା ତାହାର ସଂସ୍କାର କରାଯାଏ। କିନ୍ତୁ ଯେଉଁ ଶବ କଙ୍କାଳ ହୋଇଯାଇଛି ନା ତାହାର ବ୍ୟବଚ୍ଛେଦ ହୋଇଛି ନା କୌଣସି ପ୍ରକ୍ରିୟା ହୋଇଛି। ସେଗୁଡିକୁ ଯେପରି ଷ୍ଟ୍ରେଚର ଅଣାଯାଇଥିଲା, ସେପରି ପଡିପଡି କଙ୍କାଳ ହୋଇଗଲା।

କିନ୍ତୁ ଏସବୁ ସତ୍ତ୍ୱେ ଆମ ମନକୁ ଗୋଟେ ପ୍ରଶ୍ନ ଆସଛି କି, କିପରି ହସପିଟାଲ କର୍ତ୍ତୃପକ୍ଷ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏପରି କାର୍ଯ୍ୟ କରୁଛି। ପ୍ରଶାସନ ଏହି ଘଟଣାର ତଦାରଖ କରିବା ନିତାନ୍ତ ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.