ନିଦରେ ଘୁଙ୍ଗୁଡ଼ି ମାରୁଥିଲେ ଏବେ ଠୁ ହୁଅନ୍ତୁ ସାବଧାନ! କରୋନାରେ ମୃତ୍ୟୁ ଆଶଙ୍କା ୩ ଗୁଣ ଅଧିକ

ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଥିଲେ ସାବଧାନ! ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କୁ କରୋନା ଭାଇରସ୍‌ ମୃତ୍ୟୁର ଆଶଙ୍କା ଅନ୍ୟ ଲୋକ ତୁଳନାରେ ତିନି ଗୁଣ ଅଧିକ। ୟୁନିଭର୍ସିଟି ଅଫ୍‌ ବାବରିକର ବୈଜ୍ଞାନିକ ଅବ୍‌ଷ୍ଟ୍ରକ୍ଟିଭ ସ୍ଲିପ୍‌ ଏପନିୟା ଓ କରୋନା ଭାଇରସର ୧୮ଟି ଅଧ୍ୟୟନର ସମୀକ୍ଷା କରିଛନ୍ତି। ଏହି ରିସର୍ଚ୍ଚରୁ ଜଣାପଡ଼ିଛି ଯେ କରୋନା ଆକ୍ରାନ୍ତଙ୍କ ତୁଳନାରେ ଶୋଇବା ବେଳେ ଅଧିକ ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ତିନିଗୁଣ ଅଧିକ।

snor

ରିସର୍ଚ୍ଚ ମୁତାବକ ନିଦରେ ଗଳାର ମାଂସପେଶୀ ରିଲାକ୍ସ ହେବା ଦ୍ୱାରା ବାୟୁ ମାର୍ଗ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଏ। ଏହି କାରଣରୁ ଲୋକମାନେ ଘୁଙ୍ଗୁଡ଼ି ମାରିଥାନ୍ତି। ହସ୍ପିଟାଲରେ ଆଡମିଟ୍‌ ହୋଇଥିବା ଏଭଳି ରୋଗୀଙ୍କ ଜୀବନ ଭାଇରସ୍‌ଠୁ ଅଧିକ ବିପଦରେ ରହିଥାଏ।

snor

ରିସର୍ଚ୍ଚ ମୁତାବକ ଡାଇବେଟିସ୍‌, ମୋଟାପଣ ଓ ଉଚ୍ଚ ରକ୍ତଚାପର ରୋଗୀଙ୍କ ଠାରେ ଏହି ସମସ୍ୟା ସାଧାରଣ ଭାବେ ଦେଖାଯାଏ। ଏସବୁ ରୋଗରେ କୋଭିଡ୍‌-୧୯ର ମୃତ୍ୟୁ ଆଶଙ୍କା ଅଧିକ ଥାଏ। ତେବେ ଅବ୍‌ଷ୍ଟ୍ରକ୍ଟିଭ ସ୍ଲିପ୍‌ ଏପନିୟାର ରୋଗୀଙ୍କୁ ମଧ୍ୟ କରୋନା ହେବା ଆଶଙ୍କା ଥାଏ। ଅନ୍ୟ ରୋଗୀଙ୍କ ଅପେକ୍ଷା ଏହି ରୋଗୀମାନେ ନିଜର ଅଧିକ ଯତ୍ନ ନେବା ଉଚିତ। ଏମାନେ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ବୈଜ୍ଞାନିକମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.