ଚାନ୍ଦବାଲି: ବନ୍ୟା କ୍ଷତିଗ୍ରସ୍ତ ଚାଷଜମି ପରିର୍ଦଶନ କଲେ ବ୍ଲକ କୃଷି ଅଧିକାରୀ ଓ ଅତିରିକ୍ତ ତହସିଲଦାର

ଚାନ୍ଦବାଲି(କେନ୍ୟୁଜ୍): ବୈତଣୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବ୍ୟାପକ କ୍ଷତି ଘଟାଇ ଚାଲିଗଲା । ବିଶେଷ କରି ହଜାର ହଜାର ଚାଷୀଙ୍କ ହଜାର ହଜାର ହେକଟର ଚାଷ ଉଜାଡିଦେଇଥିଲା । ତେବେ ବନ୍ୟା ଛାଡିବାର ୧୨ଦିନ ପରେ ଆଜି ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ଓ ଅତିରିକ୍ତ ତହସିଲଦାର , ରାଜସ୍ୱ ନିରୀକ୍ଷକ ଓ କୃଷି ଭିଓଡବ୍ଲୁ ପ୍ରମୁଖ ବନ୍ୟା ପ୍ରଭାବିତ ଅଂଚଳ ଗ୍ରସ୍ତ କରି କ୍ଷେତ୍ରୀୟ ତଦନ୍ତ କରିଛନ୍ତି । ବ୍ଲକର ଆରଡି , ନନ୍ଦପୁର ,ସୁନ୍ଦରପୁର ଓ ଓଲଗ ପଂଚାୟତର ବିଭିନ୍ନ ଗାଁକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବାସହ ଚାଷ ଜମିକୁ ଯାଇ ଉଜୁଡା ଚାଷ ଦେଖିଥିଲେ । ବିଶେଷକରି ବୋଡକ , ପାରଡିଆ , ଖଟୁଆପାଟଣା ,ସୁନ୍ଦରପୁର ମୁଆଁ ଓ ସନ୍ତରା ଗାଁକୁ ଯାଇ ଚାଷୀ ମାନଙ୍କର କିବଳି ଚାଷ କ୍ଷତିଗ୍ରସ୍ତ ହୋଇଛି ଏବଂ କେତେ ପରିମାଣରେ ବନ୍ୟା ଦ୍ୱାରା ଚାଷ ପ୍ରଭାବିତ ହୋଇଛି ତାର ତଦନ୍ତ କରିଛନ୍ତି ବ୍ଲକ କୃଷିଅଧିକାରୀ ।

chandabali 2

ତେବେ ଚାଷୀମାନେ ନିଜ ନିଜ ଚାଷ ଜମିରୁ ନଷ୍ଟ ଓ ପଚି ଯାଇଥିବା ରୁଆ ଧାନକୁ ଆଣି କୃଷ ଅଧିକାରୀଙ୍କୁ ଦେଖାଇଥିଲେ । ତାଛଡା ପାରଡିଆ ଗାଁରେ ପାଖାପାଖି ୨ଶହ ପରିବାର କେବଳ ଚାଷ ଉପରେ ନିର୍ଭର କରୁଥୁବାରୁ ଗାଁ ପାଖଦେଇ ଯାଇଥିବା ବାଙ୍କମୁଆଁ ଓ ଗୈାରୀ ନାଳର ପୁନରଉଦ୍ଧାର ପାଇଁ ଚାନ୍ଦବାଲି ଅତିରିକ୍ତ ତହସିଲଦାରଙ୍କୁ ଚାଷୀ ନିଜ ଦାବି ଜଣାଇଥିଲେ । ବିଭିନ୍ନ ଅଂଚଳର ଚାଷ ଜମି ବୁଲି ଦେଖିବା ପରେ ନିଶ୍ଚିତଭାବେ ବନ୍ୟାରେ ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଥବାର କୃଷି ଅଧିକାରୀ କହିଛନ୍ତି । ତେବେ ଚାଷୀମାନେ ଧାନ ବ୍ୟତିତ ଅନ୍ୟାନ୍ୟ ଚାଷ କଲେ ସରକାର ସମ୍ପୂର୍ଣ୍ଣ ସାହାର୍ଯ୍ୟ କରିବେ ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଯାହା ଘୋଷଣା କରିଛନ୍ତି ସେହିଅନୁସାରେ ସାହାଯ୍ୟ ପାଇବେ ବୋଲି କୃଷି ଅଧିକାରି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.