Below header

ଡେଥଜୋନ ପାଲଟିଛି କୁଆଖାଇ, ପୁଣି ଗଲା ୪ ଜୀବନ

ବାଲିଅନ୍ତା ଥାନା ବଇଁଚୁଆ ଧବଳାହାର ନିକଟ କୁଆଖାଇରେ ୪ ଏମବିଏ ଛାତ୍ରଙ୍କ ସଲିଳସମାଧି । ଝାଡ଼ଖଣ୍ଡ ଜାମସେଦପୁରର ଆରିଆନ୍‌ ମିଶ୍ର, କଟକର କୁମାର ଅବିନାଶ, ବାଲେଶ୍ଵରର ରୋହିତ ପରିଡ଼ା ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୯ ଜଣ ଛାତ୍ର ଭୋଜି କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି ।

ଭୁବନେଶ୍ବର(କେନ୍ୟୁଜ୍):  ପୁଣି କୁଆଖାଇ ନଦୀରେ ଗଲା ୪ ଜୀବନ । ବାଲିଅନ୍ତା ଥାନା ବଇଁଚୁଆ ଧବଳାହାର ନିକଟ କୁଆଖାଇରେ ୪ ଏମବିଏ ଛାତ୍ରଙ୍କ ସଲିଳସମାଧି । ଝାଡ଼ଖଣ୍ଡ ଜାମସେଦପୁରର ଆରିଆନ୍‌ ମିଶ୍ର, କଟକର କୁମାର ଅବିନାଶ, ବାଲେଶ୍ଵରର ରୋହିତ ପରିଡ଼ା ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୯ ଜଣ ଛାତ୍ର ଭୋଜି କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି ।

ପାଣ୍ଡରା ଠାରୁ ବାଲିଅନ୍ତା ମଧ୍ୟରେ ୪ ବର୍ଷରେ କୁଆଖାଇରେ ୧୨୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସନ୍ତରଣ ନ ଜାଣିବା, ନିଶାଶକ୍ତ ଅବସ୍ଥାରେ ଗାଧୋଇବା ଓ ନଦୀ ପଠାରୁ ବେଆଇନ ବାଲି ଖନନ ପାଇଁ ଶହ ଶହ ଜୀବନ ବାଜିରେ ଲାଗୁଛି । ଜେସିବି ଯୋଗେ ବେଆଇନ ବାଲି ଖୋଳିବା ଦ୍ୱାରା କୃତ୍ରିମ ଗଣ୍ଡ ସୃଷ୍ଟି ହେଉଛି । ଯେତିକି ଜାଗା ବାଲିଘାଟ ପାଇଁ ନିଲାମ ହେଉଛି ତାଠାରୁ ଅଧିକ ଅଞ୍ଚଳରେ ବାଲି ଖୋଳାଯାଉଥିବା ଜାଗା ଜେସିବି ଦ୍ୱାରା ଖୋଲାଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ସୂଚନା ଫଳକ ମଧ୍ୟ ଲଗାଯାଉନାହିଁ । ମେ’ ୨୭ ତାରିଖ କୁଆଖାଇ ନଦୀରେ ବୁଡ଼ି ୨ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା । ସେଦିନର ସେହି ହୃଦୟବିଦାରକ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ, ପୁଣି ୪ ଜଣ ଛାତ୍ରଙ୍କ ସଲିଳ ସମାଧିକୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.