ଅମାନିଆ ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର, ବିମାନରେ ବସିବା ମାତ୍ରେ ଆପେ ଆପେ ଅନ୍ ହେବ ଫ୍ଲାଇଟ୍ ମୋଡ୍

ଗୁଗଲ ବର୍ତ୍ତମାନ ଏପରି ଏକ ଫିଚର ଉପରେ କାମ କରୁଛି, ଯାହା ଆସିବା ପରେ ଆପଣ ବିମାନରେ ବସିବା ମାତ୍ରେ ଫ୍ଲାଇଟ୍ ମୋଡ୍ ଆପେ ଅନ୍ ହୋଇଯିବ । ଏହାକୁ ନେଇ ଗୁଗଲ ଏକ ପେଟେଣ୍ଟ ଦାଖଲ କରିଛି ।

ଗୁଗଲ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ଆଣିଥାଏ । ବର୍ତ୍ତମାନ ସମୟରେ ଲୋକମାନେ ଗୁଗଲର ବ୍ୟବହାର ପ୍ରତ୍ୟେକ କାମ ପାଇଁ କରୁଛନ୍ତି । ସକାଳର ଆରମ୍ଭରୁ ଶୋଇବା ପର୍ଯ୍ୟନ୍ତ ଲୋକମାନେ ବିନା ଗୁଗଲରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି । ଆଧୁନିକ ସମୟରେ ଟେକ୍ନୋଲୋଜିରେ ବିଭିନ୍ନ ପରିବର୍ତ୍ତନ ହେଉଛି । ଏହି ଟେକ୍ନୋଲୋଜି ଦ୍ୱାରା ଲୋକଙ୍କୁ ଅନେକ ସୁବିଧା ମଧ୍ୟ ମିଳୁଛି । ଏହି ଟେକ୍ନାଲୋଜି ଦ୍ୱାରା ଲୋକଙ୍କ ସମୟ ମଧ୍ୟ ବଞ୍ଚିଥାଏ ।

ତେବେ ଲୋକମାନେ ନିଜ ସମୟ ବଞ୍ଚାଇବା ପାଇଁ ଟ୍ରେନ ଅପେକ୍ଷା ଫ୍ଳାଇଟରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଏହି ଫ୍ଲାଇଟରେ ଯାତ୍ରା କରିବା ସମୟରେ ଯାତ୍ରୀ ମାନଙ୍କୁ ନିଜ ମୋବାଇଲ ଫୋନରେ ଫ୍ଲାଇଟ ମୋଡ ଅନ୍‌ କରିବାକୁ ପଡ଼ିଥାଏ । କିନ୍ତୁ ଫ୍ଲାଇଟରେ ଯାତ୍ରା କଲାବେଳେ ମୋବାଇଲରେ ଫ୍ଲାଇଟ୍ ମୋଡ୍ ଅନ କରିବା ସହିତ ସବୁବେଳେ ଏକ ସମସ୍ୟା ରହିଆସିଛି । ଆନାଉନ୍ସମେଣ୍ଟ ହେବା ପରେ ମଧ୍ୟ ବିମାନ ଯାତ୍ରୀମାନେ ଫୋନର ଫ୍ଲାଇଟ୍ ମୋଡ୍ ଅନ୍ କରନ୍ତି ନାହିଁ । ତେଣୁ ଗୁଗଲ ଏହାର ଏକ ରାସ୍ତା ବାହାର କରିଛି । ଗୁଗଲ ବର୍ତ୍ତମାନ ଏପରି ଏକ ଫିଚର ଉପରେ କାମ କରୁଛି, ଯାହା ଆସିବା ପରେ ଆପଣ ବିମାନରେ ବସିବା ମାତ୍ରେ ଫ୍ଲାଇଟ୍ ମୋଡ୍ ଆପେ ଅନ୍ ହୋଇଯିବ । ଏହାକୁ ନେଇ ଗୁଗଲ ଏକ ପେଟେଣ୍ଟ ଦାଖଲ କରିଛି । ବର୍ତ୍ତମାନ, ୟୁଜର୍ସମାନେ ବିମାନରେ ବସିବା ପରେ ଫ୍ଲାଇଟ୍ ମୋଡ୍ ଅନ୍ କରିବାକୁ ପଡ଼ିଥାଏ କିନ୍ତୁ ଏହି ଫିଚର ଆସିବା ପରେ ଯାତ୍ରୀଙ୍କ ଫୋନରେ ଫ୍ଲାଇଟ ମୋଡ ଆପେ ଅନ୍‌ ହୋଇଯିବ ।

ଏକ ରିପୋର୍ଟ ଅନୁସାରେ ଗୁଗଲ କନେକ୍ଟେଡ୍ ଫ୍ଲାଇଟ୍ ମୋଡ୍ ନାମକ ଏକ ପେଟେଣ୍ଟ ଦାଖଲ କରିଛି । ପେଟେଣ୍ଟ ଦାଖଲ ଅନୁଯାୟୀ, ହଠାତ୍ ଚାପରେ ହ୍ରାସ, ବ୍ୟାକଗ୍ରାଉଣ୍ଡ୍ ଆପ୍ ରିଫ୍ରେସ, କ୍ୟାବିନର ଶବ୍ଦ, ଅଲଟ୍ରାସୋନିକ୍ ସିଗନାଲ୍, ଜିପିଏସ୍ ସିଗ୍‌ନାଲ୍, ସେଲ୍ୟୁଲାର୍ ଆଇଡି ଏବଂ ୱାଇ-ଫାଇ ସିଗନାଲ୍ ଉପରେ ଆଧାର କରି ଫ୍ଲାଇଟ୍ ମୋଡ୍ ଅନ୍‌ ହେବ। ଏହା ବ୍ୟତୀତ, ଗୁଗଲ ୟୁଜର୍ସଙ୍କ ଟ୍ରାଭେଲ ବୁକିଂ ଆକ୍ଟିଭିଟିକୁ ଟ୍ରାକ୍ କରିବ, ଚେକ୍‌ ଇନ୍‌ ଷ୍ଟାଟସ୍‌କୁ ଟ୍ରାକ କରିବ । ଏହା ବ୍ୟତୀତ ଏହା ବ୍ଲୁଟୁଥ୍ ଏବଂ ୱାଇ-ଫାଇ କନେକ୍ସନକୁ ମଧ୍ୟ ଟ୍ରାକ୍ କରିବ । ଏହି ଫିଚର ଆସିବା ପରେ ୟୁଜର୍ସମାନଙ୍କୁ ବିମାନରେ ନିଜେ ଫ୍ଲାଇଟ୍ ମୋଡ୍ ଅନ୍ କରିବାକୁ ପଡିବ ନାହିଁ ।

ଗୁଗଲ ଏହାର ଜିବୋର୍ଡ କୀବୋର୍ଡ୍ ପାଇଁ ଏକ ଅଣ୍ଡୋ ଫିଚର ଉପରେ ମଧ୍ୟ କାର୍ଯ୍ୟ କରୁଛି, ଯାହା ପରେ ୟୁଜର୍ସମାନେ ଫୋନରେ କିଛି ବି ଟାଇପ୍ କରିବା ପରେ ଅଣ୍ଡୋ କରିବାକୁ ସମର୍ଥ ହେବେ । ଏହି ଫିଚର ଆସିବା ପରେ ଡିଲିଟ୍ କରାଯାଇଥିବା ଟେକ୍ସଟ୍‌ କୁ ମଧ୍ୟ ରିଷ୍ଟୋର କରି ପାରିବେ । ଏହା ଦ୍ୱାରା ୟୁଜର୍ସଙ୍କୁ ଅନେକ ଲାଭ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.