ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଯମୁନାର ଜଳସ୍ତର, ଜରୁରୀକାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ପାହାଡ଼ିଆ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି କାରଣରୁ ବର୍ତ୍ତମାନ ଦିଲ୍ଲୀରେ ଏହାର ଜଳସ୍ତର ୪୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ନଦୀ ଜଳ ୨୦୭.୫୫ ମିଟର ବିପଦ ସଙ୍କେତରେ ପହଞ୍ଚିଛି।

ପାହାଡ଼ିଆ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି କାରଣରୁ ବର୍ତ୍ତମାନ ଦିଲ୍ଲୀରେ ଏହାର ଜଳସ୍ତର ୪୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ନଦୀ ଜଳ ୨୦୭.୫୫ ମିଟର ବିପଦ ସଙ୍କେତରେ ପହଞ୍ଚିଛି। ଶେଷ ଥର ପାଇଁ ୧୯୭୮ରେ ଦିଲ୍ଲୀରେ ଯମୁନାର ଜଳସ୍ତର ରେକର୍ଡ ସ୍ତର ୨୦୭.୪୯ ମିଟରରେ ପହଞ୍ଚିଥିଲା। ଏହାପରେ ବର୍ତ୍ତମାନ ୨୦୨୩ରେ ଏହାର ରେକର୍ଡ ଭାଙ୍ଗିଯାଇଛି।

ପ୍ରୀତ୍‌ ବିହାରର ବନ୍ୟା ନୋଡାଲ ଅଧିକାରୀ ରାଜେନ୍ଦ୍ର କୁମାର କହିଛନ୍ତି ଯେ ପ୍ରଶାସନ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଖାଦର ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀର ଯେଉଁ ଅଞ୍ଚଳରେ ଯମୁନାର ଜଳସ୍ତର ବଢ଼ିଛି, ସେହି ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ଭାବରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି।

ସେପଟେ ଯମୁନାର ଜଳସ୍ତର ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବା ପରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଲୋକଙ୍କ ଭିଡ଼ ଏଡ଼ାଇବା ପାଇଁ ଗୀତା କଲୋନୀ, ପୁରୁଣା ଲୋହାପୁଲ, ୱାଜିରାବାଦ ରୋଡ୍ ଏବଂ ସିଗ୍ନେଚର ବ୍ରିଜ୍‌ଠାରେ ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଆବାସିକ ଅଞ୍ଚଳରେ ପାଣି ପହଞ୍ଚିବାର କୌଣସି ସମ୍ଭାବନା ନାହିଁ। ପୂର୍ବ ଦିଲ୍ଲୀରେ ଖେଲ ଗ୍ରାମ ନିକଟ ଖଡରରେ ଜଳସ୍ତର ବଢ଼ିବା କାରଣରୁ ଫସି ରହିଥିବା ୬୦ ଜଣଙ୍କୁ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.