ଆଜି ରାଜ୍ୟରେ ସୁସ୍ଥ  ହେଲେ ୪୩୮୦ କରୋନା ଆକ୍ରାନ୍ତ,ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭୭୦ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ସୁସ୍ଥ  ହେଲେ ୪୩୮୦ କରୋନା ଆକ୍ରାନ୍ତ। ଆଜିର ସୁସ୍ଥଙ୍କ  ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ସେହିଭଳି କଟକରୁ ୫୫୮, ଜଗତସିଂହପୁରର ୨୩୩, ସୁନ୍ଦରଗଡର  ୨୩୩, ଯାଜପୁରର ୧୯୮,ପୁରୀର ୧୯୨, ଝରସୁଗୁଡାର ୧୬୮, ମୟୂରଭଞ୍ଜର ୧୫୫, ବରଗଡର ୧୩୫, କେନ୍ଦ୍ରାପଡାର ୧୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ଏହା ସହିତ ବାଲେଶ୍ବରର ୧୨୨, ଅନୁଗୁଳର ୧୧୯, ସମ୍ବଲପୁରର ୧୧୩, ନୟାଗଡର ୧୦୩, କଳାହାଣ୍ଡିର ୧୦୨,ଢେଙ୍କାନାଳର ୯୦,ନବରଙ୍ଗପୁରର ୮୨,ନୂଆପଡାର ୭୬,ସୋନପୁରର ୭୫, କେନ୍ଦୁଝରର ୭୨, କନ୍ଧମାଳର ୬୧,ଭଦ୍ରକର ୬୦, କୋରାପୁଟର ୫୩,ବଲାଙ୍ଗିରର ୪୯, ମାଲକାନଗିରିର ୪୬, ଗଞ୍ଜାମର ୪୨,ରାୟଗଡାର ୪୨, ବୌଦ୍ଧର ୩୮,ଦେବଗଡର ୨୦, ଗଜପତିର ୧୨, ଷ୍ଟେଟପୁଲର ୨୩୭ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ  କରି ସୂଚନା ଦେଇଛି ସ୍ବାସ୍ଥ  ବିଭାଗ। ଆଜିର ଏହି  ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୯୦,୦୮୦ ରେ ପହଞ୍ଚିଛି।