ଟିଭି ଜଗତର ଲୋକପ୍ରିୟ ଯୋଡ଼ି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀ କରୋନା ପଜିଟିଭ

ଟିଭି ଜଗତର ଲୋକପ୍ରିୟ ଅଭିନେତା ଗୁରମିତ ଚୌଧୁରୀ ଓ ତାଙ୍କ ସ୍ତ୍ରୀ ଦେବିନା ବାନାର୍ଜୀଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଗୁରମିତ ବୁଧବାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେମାନେ ଆଇସୋଲେଶନରେ ଥିବା କହିଛନ୍ତି।

oo

ଗୁରମିତ ଚୌଧୁରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୋ ସ୍ତ୍ରୀ ଓ ମୋର ଆଜି କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଭଗବାନଙ୍କ ଦୟାରୁ ଆମେ ସୁସ୍ଥ ଅଛୁ ଏବଂ ହୋମ ଆଇସୋଲେଶନରେ ସମସ୍ତ ସାବଧାନତା ଅବଲମ୍ବନ କରୁଛୁ। ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ନିଜର ଧ୍ୟାନ ରଖନ୍ତୁ। ଆପଣ ସମସ୍ତଙ୍କର ଭଲ ପାଇବା ପାଇଁ ଧନ୍ୟବାଦ’। ଗୁରମିତଙ୍କ ଏହି ପୋଷ୍ଟ ପରେ ତାଙ୍କ ସାଙ୍ଗ ଏବଂ ପ୍ରଶଂସକମାନେ ଉଭୟଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି।