Below header

ରାଜଧାନୀ ଭୁବନେଶ୍ବରରୁ ଆଜି ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୬୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ ଆଜି ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟାରେ   ୬୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ  ଟ୍ବିଟ କରି  ସୂଚନା ଦେଇଛି।  ଚିହ୍ନଟ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୦ଜଣ ଚିହ୍ନଟ ହୋଇଥିବା ବେଳେ ୩୬ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।

କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୦ଜଣଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର, ଆଇଆରସି ଭିଲେଜ, କଳିଙ୍ଗ ନଗର, ନୟାପଲ୍ଲୀ, ନିଳାଦ୍ରି ବିହାର, ପଟିଆ, ପାତ୍ରପଡ଼ା, ଶୈଳଶ୍ରୀ ବିହାର, ଟଙ୍କପାଣି ରୋଡ ଏବଂ ୟୁନିଟ-୬ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି  ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଥିବା ୩୬ଜଣଙ୍କ ମଧ୍ୟରେ ରସୁଲଗଡ଼ ଏବଂ ନୟ‌ାପଲ୍ଲୀରୁ ସର୍ବାଧିକ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.