ଇଚ୍ଛା ଡ୍ୟାମ୍‌ ନିର୍ମାଣ ଶୀଘ୍ର ଶେଷ କରିବାକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି, ଲେଖିଲେ କିଛି ଏମିତି

କେନ୍ୟୁଜ୍(ବ୍ୟୁରୋ):  ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇଚ୍ଛା ଡ୍ୟାମ୍‌ ନିର୍ମାଣ ଶୀଘ୍ର ଶେଷ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଇଚ୍ଛା ଡ୍ୟାମ୍‌ ନିର୍ମାଣ ହେଲେ ହିଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓଡ଼ିଶାବାସୀଙ୍କ ପାଇଁ କାମରେ ଲାଗିବ । ଇଚ୍ଛା ଡ୍ୟାମ ବାବଦରେ ଓଡ଼ିଶା ସରକାର ଝାଡ଼ଖଣ୍ଡକୁ ୧୦୨୬ କୋଟି ୯୧ ଲକ୍ଷ ଟଙ୍କା ଦେଇସାରିଛନ୍ତି । ପ୍ରକଳ୍ପ ବାବଦରେ ଓଡ଼ିଶାର ଭାଗ ୧୨୦୮ କୋଟି ଟଙ୍କା ରହିଛି । ସୁବର୍ଣ୍ଣରେଖା ନଦୀର ଚାନ୍ଦିଲ ଡ୍ୟାମ୍‌ ନିର୍ମାଣ ଶେଷ ହୋଇଛି ।

ଡ୍ୟାମର ପୂର୍ଣ୍ଣ କ୍ଷମତା ୧୯୨ ମିଟର ଥିବା ବେଳେ ୧୮୧ ଦଶମିକ ୫୦ ମିଟର ପର୍ଯ୍ୟନ୍ତ ପାଣି ରଖାଯାଉଛି । ମୌସୁମୀ ଋତୁରେ ଡ୍ୟାମର ପୂର୍ଣ୍ଣ କ୍ଷମତା ବ୍ୟବହାର ହେଉନଥିବାରୁ ଓଡ଼ିଶା ବନ୍ୟାର ସାମ୍ନା କରୁଛି । ଚାନ୍ଦିଲ ଡ୍ୟାମ ପୂର୍ଣ୍ଣକ୍ଷମତା ବ୍ୟବହାର କରିବାକୁ ଉଲ୍ଲେଖ ରହିଛି । ଶୀଘ୍ର ଇଚ୍ଛା ଡ୍ୟାମ୍‌ ନିର୍ମାଣ ସରିଲେ ଉଭୟ ରାଜ୍ୟର ଚାଷୀ ଉପକୃତ ହେବେ । ସେହିପରି ଚାନ୍ଦିଲ ଡ୍ୟାମ୍‌ରେ ପାଣିକୁ ଅଟକାଇ ରଖିବା ଯୋଗୁଁ ଓଡ଼ିଶାରେ ବନ୍ୟା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.