Below header

ଅଳ୍ପକେ ବର୍ତ୍ତିଗଲା ଜୀବଜଗତ ! ପୃଥିବୀର ଅତି ନିକଟ ଦେଇ ଅତିକ୍ରମ କରି ପଳାଇଛି ବସ ଆକାରର ଉଲକାପିଣ୍ଡ, ସାମାନ୍ୟ ଆଭାସ ବି ପାଇପାରିନି NASA

ବସ ଆକାରର ଏକ ଉଲକାପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରି ପଳାଇଛି ଏବଂ ବୈଜ୍ଞାନିକମାନେ ଏହାର କୌଣସି ଟେର ମଧ୍ୟ ପାଇନାହାନ୍ତି। ଉଲକାପିଣ୍ଡର ଆକାର ଲଣ୍ଡନର କୌଣସି ବସ ବରାବର ବୋଲି କୁହାଯାଉଛି। ଏହା ଦୀପାବଳିର ଦିନକ ଆଗରୁ ଅର୍ଥାତ ୧୩ ନଭେମ୍ବରରେ ପୃଥିବୀଠୁ ମାତ୍ର ୩୮୬ କିମି ଦୂରରୁ ଅତିକ୍ରମ କରିଛି।

gg

ପୃଥିବୀର ଏତେ ନିକଟ ଦେଇ ଅତିକ୍ରମ କରିବା ସତ୍ତ୍ୱେ ବୈଜ୍ଞାନିକମାନଙ୍କୁ ସାମାନ୍ୟ ଆଭାସ ମଧ୍ୟ ମିଳିପାରିନାହିଁ। ପାଖାପାଖି ୧୫ ଘଣ୍ଟା ପରେ ଉଲକାପିଣ୍ଡ ଅତିକ୍ରମ କରିଥିବା ନେଇ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ରିପୋର୍ଟ ମୁତାବକ, ଏହି ଉଲକାପିଣ୍ଡର ନାଁ  ‘2020VT4’ ରଖାଯାଇଛି। ଏଥିସହିତ ଏହା ପୃଥିବୀର ସବୁଠୁ ନିକଟ ଦେଇ ଅତିକ୍ରମ କରିଥିବା ଉଲକାପିଣ୍ଡ ମଧ୍ୟ ବନିଯାଇଛି।

fs

ଜ୍ୟୋତିଷବିଦଙ୍କ କହିବା ହେଲା, ଏହି ଉଲକାପିଣ୍ଡର ଆକାର ୫ରୁ ୧୦ ମିଟର ଚଉଡ଼ା ହୋଇପାରେ। ଏହା ପୃଥିବୀ ସହିତ ଧକ୍କା ହୋଇଥିଲେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥାନ୍ତା। ଏହାଦ୍ୱାରା ପୃଥିବୀପୃଷ୍ଠରେ ରହୁଥିବା ପ୍ରାଣୀମାନଙ୍କ ପାଇଁ କୌଣସି ବିପଦ ଆଣି ନ ଥାନ୍ତା। ସେହିପରି ବୈଜ୍ଞାନିକମାନେ ଅନୁମାନ ଲଗାଇଛନ୍ତି ଯେ ଏହା ଦକ୍ଷିଣ ପ୍ରଶାନ୍ତ ଅଞ୍ଚଳର ପରିବେଶରେ ଜଳିଯାଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.