Below header

ପୁରୀ: ଭିଡିଓ ଜାରି କରି ଗଣମାଧ୍ୟମ ପ୍ରତିନିଧି ଓ ରାଜନେତା ହଇରାଣ ନକରିବାକୁ ନିବେଦନ କଲେ ମୃତ କେ ରମେଶଙ୍କ ବାପା ମା’

ପୁରୀ(କେନ୍ୟୁଜ୍): ପୁରୀ ହାଜତ ମୃତ୍ୟୁ ମାମଲାରେ ମୃତ କେ ରମେଶଙ୍କ ବାପାମାଙ୍କ ଭିଡିଓ ଜାରି। ଅଜ୍ଞାତ ସ୍ଥାନରୁ ଭିଡିଓ ଜାରି କରି ଗଣମାଧ୍ୟମ ପ୍ରତିନିଧି, ରାଜନେତା ତାଙ୍କୁ ହଇରାଣ ନକରିବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ନିଜ ମୃତ ପୁଅର ଶୁଦ୍ଧକ୍ରିୟା କରିବା ତାଙ୍କର ପ୍ରାଥମିକ କାର୍ଯ୍ୟ। ଏହା ତାଙ୍କୁ ସୁରୁଖୁରୁରେ କରିବାକୁ ଦିଆଯାଉ ବୋଲି ମୃତ ରମେଶଙ୍କ ବାପାମା ଭିଡିଓରେ କହିଛନ୍ତି।


ସେମାନେ ନିଜ ସଂପର୍କୀୟଙ୍କ ଘରେ ଥିବା କହିଛନ୍ତି। ତିନିଦିନ ତଳେ ବିଳମ୍ବିତ ରାତିରେ ବାପାମା ଓ ଦାଦାଙ୍କୁ ପୋଲିସ ଅଜ୍ଞାନ ସ୍ଥାନକୁ ନେଉଯାଇଥିଲା। ବାପାମାଙ୍କ ସମ୍ମତିରେ ସ୍ୱର୍ଗଦ୍ୱାରରେ ମୃତଦେହ ଦାହ କରିବା ସହ ସେମାନଙ୍କୁ ପୋଲିସ ପ୍ରଲୋଭିତ କରିଥିବା ରମେଶଙ୍କ ଦାଦା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.